ଓଡିଶା

odisha

ETV Bharat / bharat

କୋଭିଡ୍‌ ଟୀକାକୁ ନେଇ ଅଭିଯୋଗ; ସ୍ବେଚ୍ଛାସେବୀଙ୍କ ବିରୋଧରେ 100 କୋଟିର ମାନହାନୀ ମକଦ୍ଦମା

କୋଭିଡ୍‌ ବିରୋଧରେ ଅଭିଯୋଗ ଆଣିଥିବା ସ୍ବେଚ୍ଛାସେବୀଙ୍କ ବିରୋଧରେ 100କୋଟିର ମାନହାନୀ ମକଦ୍ଦମା କରାଯାଇଛି । ଅଧିକ ପଢନ୍ତୁ...

By

Published : Nov 30, 2020, 11:56 AM IST

କୋଭିଡ୍‌ ଟୀକାକୁ ନେଇ ଅଭିଯୋଗ
କୋଭିଡ୍‌ ଟୀକାକୁ ନେଇ ଅଭିଯୋଗ

ନୂଆଦିଲ୍ଲୀ: କୋଭିଡ୍‌ ଟୀକା କୋଭାସିଲ୍ଡକୁ ନେଇ ସାଂଘାତିକ ଅଭିଯୋଗ ଆଣିଥିବା ଜଣେ ସ୍ବେଚ୍ଛାସେବୀଙ୍କ ବିରୋଧରେ 100କୋଟିର ମାନହାନୀ ମକଦ୍ଦମା କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ମକଦ୍ଦମା ରୁଜୁ କରାଯାଇଛି ।

ମାନବ ପରୀକ୍ଷଣ ସମୟରେ ଏହି ଟୀକା ନେଇ ଅସୁସ୍ଥତା ଦେଖାଦେବା ସହ ସ୍ନାୟୁଗତ ରୋଗ ଦେଖାଦେଇଥିବାର ସ୍ବେଚ୍ଛାସେବୀ ଜଣଙ୍କ ଅଭିଯୋଗ ଆଣିଥିଲେ । ଯାହାକୁ ଭିତ୍ତିହୀନ କହିବା ସହ ବଦନାମ କରିବାକୁ ଏପରି କରାଯାଇଥିବା ଦର୍ଶାଇ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ 100 କୋଟିର ମାନହାନୀ ମକଦ୍ଦମା କରାଯାଇଛି ।

ସୂଚନାଥାଉକି, ଚେନ୍ନାଇର ଜଣେ 40 ବର୍ଷୀୟ ପୁରୁଷ, ଯାହାକୁ କି ତୃତୀୟ ପର୍ଯ୍ୟାୟ ଟୀକା ପରୀକ୍ଷଣ ପାଇଁ ସାମିଲ କରାଯାଇଥିଲା । ଟୀକା ନେବା ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ସହ ଟୀକା ନେବା ପରେ ତାଙ୍କର କି କି ଲକ୍ଷଣ ଦେଖାଦେବା ତାହା ମଧ୍ୟ ଅବଗତ କରାଯାଇଥିଲା । ହେଲେ ସେ ସ୍ନାୟୁଗତ ରୋଗରେ ପୀଡିତ ହୋଇଥିବା ନଭେମ୍ବର 21 ତାରିଖରେ ଅଭିଯୋଗ କରିବା ସହ 5 କୋଟିର କ୍ଷତିପୂରଣ ଦାବି କରିଥିଲେ ।

ତେବେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିବାବେଳେ ଉକ୍ତ ସ୍ବେଚ୍ଛାସେବୀ ବିରୋଧରେ 100 କୋଟିର ମାନହାନୀ ମକଦ୍ଦମା କରିଛି ।

ABOUT THE AUTHOR

...view details