ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ପ୍ରଥମେ ଦିଲ୍ଲୀରେ ସେରୋଲଜିକାଲ୍ ସର୍ଭେ କରାଯିବ । ତେବେ ଏହି ସେରୋଲଜିକାଲ୍ ସର୍ଭେ କ’ଣ ଓ କୋରୋନା ଉପରେ ଏହାର ପ୍ରଭାବ କ’ଣ ହେବ ? ଆସନ୍ତୁ ଜାଣିବା ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ସେରୋଲଜିକାଲ୍ ସର୍ଭେ ବର୍ତ୍ତମାନ ଚର୍ଚ୍ଚାର ବିଷୟ । ଏହି ସର୍ଭେ କଣ୍ଟେନମେଣ୍ଟ ଜୋନ୍ ପାଇଁ ଏକ ନୂତନ ରଣନୀତି ବୋଲି ପ୍ରମାଣିତ ହେବ । ବିଭିନ୍ନ ରାଜ୍ୟ, କଣ୍ଟେନମେଣ୍ଟ ଜୋନରେ କୋରୋନା କେତେ ପରିମାଣରେ ପହଞ୍ଚିଛି ତାହା ଜାଣିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଣାଳୟ 11 ମେ ରେ ସେରୋଲୋଜିକାଲ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବେକ୍ଷଣ ଅଧୀନରେ ଲୋକଙ୍କ ରକ୍ତ ନମୁନା ନିଆଯାଉଛି । ଏଥିରୁ ଜଣାପଡିଛି ଯେ କିଛି ଲୋକଙ୍କ ଶରୀରରେ କୋରୋନା ଆଣ୍ଟିବଡି ମଧ୍ୟ ରହିଛି।