ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ସେରୋ ସର୍ଭେ, 23.48% ଲୋକ ଆକ୍ରାନ୍ତ - corona virus cases in delhi

ଦିଲ୍ଲୀରେ କୋରୋନା ସଙ୍କଟ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି । ଦିଲ୍ଲୀରେ ସର୍ବାଧିକ ସୁସ୍ଥ ହାର ରହିଛି ଓ ସକ୍ରିୟ ମାମଲା ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏହି ସମୟ ମଧ୍ୟରେ, ଦିଲ୍ଲୀ ସରକାର ସମଗ୍ର ରାଜ୍ୟରେ କୋରୋନା ସଙ୍କଟ ସମ୍ପର୍କରେ ଏକ ସେରୋ ସର୍ଭେ କରିଥିଲେ । ବର୍ତ୍ତମାନ ତା ରିପୋର୍ଟ ଆସିଛି ।

କୋରୋନା ସଙ୍କଟରେ ଦିଲ୍ଲୀରେ ସେରୋ ସର୍ଭେ
କୋରୋନା ସଙ୍କଟରେ ଦିଲ୍ଲୀରେ ସେରୋ ସର୍ଭେ

By

Published : Jul 21, 2020, 4:06 PM IST

ନୂଆଦିଲ୍ଲୀ:ଦିଲ୍ଲୀରେ କୋରୋନା ସଙ୍କଟ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି । ଦିଲ୍ଲୀରେ ସର୍ବାଧିକ ସୁସ୍ଥ ହାର ରହିଛି ଓ ସକ୍ରିୟ ମାମଲା ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏହି ସମୟ ମଧ୍ୟରେ, ଦିଲ୍ଲୀ ସରକାର ସମଗ୍ର ରାଜ୍ୟରେ କୋରୋନା ସଙ୍କଟ ସମ୍ପର୍କରେ ଏକ ସେରୋ ସର୍ଭେ କରିଥିଲେ । ଏଥିରେ ଅନେକ ତଥ୍ୟ ସାମ୍ନାକୁ ଆସିଛି ।

ସର୍ଭେ ସମୟରେ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ଦିଲ୍ଲୀରେ ଆଣ୍ଟିବଡି ମାମଲା ପ୍ରାୟ 23.48 ପ୍ରତିଶତ ରହିଛି । ଏଥିସହ ଦିଲ୍ଲୀରେ ରିପୋର୍ଟ ହୋଇଥିବା ସମସ୍ତ ମାମଲା ମଧ୍ୟରୁ ଅଧିକାଂଶଙ୍କ ମଧ୍ୟରେ କୌଣସି ଲକ୍ଷଣ ନଥିଲା । ଅଧ୍ୟୟନ ଅନୁଯାୟୀ, ବର୍ତ୍ତମାନ କୋରୋନା 6 ମାସ ହେବ ଦେଶରେ କାୟା ବିସ୍ତାର କରିସାରିଲାଣି । କେବଳ ଦିଲ୍ଲୀର 23.48 ପ୍ରତିଶତ ଲୋକ ଏହି ସଂକ୍ରମଣ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଏହାର ଅର୍ଥ ହେଉଛି ଯେ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ଗୁଡିକ ଲକଡାଉନ୍ ହେଉ କିମ୍ବା ଟ୍ରେସିଂ ପ୍ରସଙ୍ଗ, ଏସବୁରୁ ଲାଭ ମିଳିଛି ।

ପ୍ରକାଶଥାଉକି, 27 ଜୁନରୁ 10 ଜୁଲାଇ ମଧ୍ୟରେ ଦିଲ୍ଲୀରେ ଏହି ସର୍ଭେ କରାଯାଇଥିଲା । ଏଥିରେ ସମସ୍ତ 11 ଟି ଜିଲ୍ଲାରୁ ନମୁନା ନିଆଯାଇଛି । ଲୋକଙ୍କ ରକ୍ତ ନମୁନା ନିଆଯାଇ ସେମାନଙ୍କର ସେରୋ ପରୀକ୍ଷା କରାଯାଇଥିଲା । ସମସ୍ତ ପରୀକ୍ଷା ଆଇସିଏମଆରର ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଇଛି । ଏହି ସମୟ ମଧ୍ୟରେ ପ୍ରାୟ 22 ହଜାର ନମୁନା ପରୀକ୍ଷା କରାଯାଇଥିଲା । ଗତ କିଛି ଦିନ ହେବ ଦିଲ୍ଲୀରେ କୋରୋନା ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ଦିଲ୍ଲୀରେ ପ୍ରାୟ 15 ହଜାର ସକ୍ରିୟ ମାମଲା ଥିବାବେଳେ 3600 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ଏପର୍ଯ୍ୟନ୍ତ 1 ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

ABOUT THE AUTHOR

...view details