ହାଇଦ୍ରାବାଦ: ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା । ତେବେ ଆଜି ରାଜ୍ୟ ସମେତ ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣା ଘଟି ମୋଟ 34 ଜଣଙ୍କ ଜୀବନ ଯାଇଛି । ଆଉ ସେମାନଙ୍କ ପାଇଁ ଅଶୁଭ ସାଜିଛି ସୋମବାର ।
ଉତ୍ତର ପ୍ରଦେଶ
ଉତ୍ତର ପ୍ରଦେଶ ଯମୁନା ଏକ୍ସପ୍ରେସ ୱରେ ପୋଲ ତଳକୁ ଯାତ୍ରୀବାହୀ ବସ ଖସି 29 ଜଣଙ୍କ ମୃତ୍ୟୁ ଘଟିଛି । ଲକ୍ଷ୍ନୌରୁ ଗାଜିଆବାଦ ଯାଉଥିବା ସମୟରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ବସ । ବସରେ 60ରୁ ଊର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି । ଦୁର୍ଘଟଣା ପରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ ଘୋଷଣା କରାଯାଇଛି ।
ମହାରାଷ୍ଟ୍ର
ମୁମ୍ବାଇ ନାଗପୁରରେ ଟ୍ରକକୁ ବସ ଧକ୍କା ଦେବା ଫଳରେ 4 ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି । ଯାତ୍ରୀବାହୀ ବସଟି ନାଗପୁର କୁହି ରୋଡ ଦେଇ ଯାତ୍ରା କରୁଥିଲା । ହଠାତ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଏକ ଟ୍ରକ ଉପରେ ମାଡି ଯିବାରୁ ଦୁର୍ଘଟଣା ଘଟିଥିଲା ।