ଓଡିଶା

odisha

ETV Bharat / bharat

ହୃଦୟକୁ ସୁସ୍ଥ ରଖେ ପ୍ରଫୁଲ୍ଲ ମନ - ହୃଦଘାତ ବିଷୟରେ

ବର୍ତ୍ତମାନର ସଭ୍ୟ ଶିକ୍ଷିତ ଲୋକମାନେ ଏକ ମଡର୍ଣ୍ଣ ଜୀବନଶୈଳୀ ଜିଇଁବାକୁ ବିଭିନ୍ନ ପଦ୍ଧତି ଆପଣାଉଛନ୍ତି । ସେଥିମଧ୍ୟରୁ ଫାଷ୍ଟଫୁଡ, ଜଙ୍କ ଫୁଡ, ମଦ୍ୟପାନ, ଏକଷ୍ଟ୍ରା ଫ୍ୟାଟ୍ ଫୁଡ ଇତ୍ୟାଦି । ହେଲେ ଏସବୁର କୁପ୍ରଭାବ ସିଧାସଳଖ ଆମ ହୃଦୟ ଉପରେ ପଡିଥାଏ ଓ ପରବର୍ତ୍ତୀ ସମୟରେ ହୃଦଘାତର ଶିକାର ହେବାର ସହାୟକ ହୋଇଥାଏ ।

ପ୍ରତିକାତ୍ମକ ଫଟୋ

By

Published : Sep 28, 2019, 4:24 AM IST

Updated : Sep 29, 2019, 8:12 AM IST

ହାଇଦ୍ରାବାଦ: ଆଜି ବିଶ୍ବ ହୃଦୟ ଦିବସ । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା । ବର୍ତ୍ତମାନର ଏହି ବ୍ୟସ୍ତବହୁଳ ସମୟରେ ଅନେକ ଲୋକ ଶରୀରର ଯତ୍ନ ନେବାକୁ ଭୁଲିଯାଉଛନ୍ତି । ସେଥିମଧ୍ୟରୁ ଜଙ୍କ ଫୁଡ ଓ ଭୁଲ ରୁଟିନ ପାଇଁ ଅଧାରୁ ଅଧେ ଲୋକ ହୃଦଘାତର ଶିକାର ହେଉଛନ୍ତି। ଯଦି ଆପଣ ଏହି ହାର୍ଟ ଡିଜିଜକୁ ଦୂରେଇବାକୁ ଚାହୁଁଛନ୍ତି ତାହା ପୂର୍ବରୁ ଏହି ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ଜାଣିବା ନିହାତୀ ଜରୁରୀ ।

ବର୍ତ୍ତମାନର ସଭ୍ୟ ଶିକ୍ଷିତ ଲୋକମାନେ ଏକ ମଡର୍ଣ୍ଣ ଜୀବନଶୈଳୀ ଜିଇଁବାକୁ ବିଭିନ୍ନ ପଦ୍ଧତି ଆପଣାଉଛନ୍ତି । ସେଥିମଧ୍ୟରୁ ଫାଷ୍ଟଫୁଡ, ଜଙ୍କ ଫୁଡ, ମଦ୍ୟପାନ, ଏକଷ୍ଟ୍ରା ଫ୍ୟାଟ୍ ଫୁଡ ଇତ୍ୟାଦି । ଏହାସହ କୌଣସି ପ୍ରକାର ଶାରୀରିକ ପରିଶ୍ରମ କରିବାକୁ ପ୍ରସ୍ତୁତ ନାହାଁନ୍ତି ଯାହା କି ମାନସିକ ଅବସାଦକୁ ଟାଣି ଆଣୁଛି । ହେଲେ ଏସବୁର କୁପ୍ରଭାବ ସିଧାସଳଖ ଆମ ହାର୍ଟ ଉପରେ ପଡିଥାଏ ଓ ପରବର୍ତ୍ତୀ ସମୟରେ ହୃଦଘାତ ବାହାରିଥାଏ।

ଯେଉଁ ସମୟରେ ହୃଦୟ ସଠିକ ଭାବେ ସଂଞ୍ଚାଳନ କରିନଥାଏ ସେ ସମୟରେ ଆମକୁ ହାର୍ଟ ଆଟାକ ଆଶଙ୍କା ଅଧିକ ଥାଏ । ଏହି ସମୟରେ କୋରୋନାରୀ ଆର୍ଟେରୀ ବ୍ଲକ ହୋଇଥାଏ । ଯାହାଫଳରେ ରକ୍ତ ମଧ୍ୟକୁ ଅମ୍ଳଜାନ ପ୍ରବାହ କମିଯାଏ ।

ସମସ୍ତଙ୍କ ଶରୀରରେ ହାର୍ଟ ଆଟାକ୍ ବିଭିନ୍ନ ପ୍ରକାର ହୋଇଥାଏ । କିଛି ଲୋକଙ୍କ ଅଳ୍ପ ଛାତି ଯନ୍ତ୍ରଣା ଅନୁଭୂତ ହେବା ସହ ଆଉ କେତେ ଜଣ ବହୁତ ଯନ୍ତ୍ରଣା ଅନୁଭବ କରନ୍ତି । ତେଣୁ ଛାତି ଯନ୍ତ୍ରଣାର ପ୍ରକୃତ କାରଣ କିଛି ଲୋକ ବୁଝିପାରନ୍ତି ନାହିଁ । ଏଥିପାଇଁ ଯଥାଶୀଘ୍ର ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ତେବେ କିଛି ସରଳ ଉପାୟ ଦ୍ବାରା ଆପଣଙ୍କ ହୃଦୟ ସୁସ୍ଥ ରହିପାରିବ ଜାଣନ୍ତୁ କିପରି...

  • ଆବଶ୍ୟକତା ଠାରୁ ଆପଣଙ୍କ ଶରୀରର ଓଜନ ଅଧିକ ଥିଲେ ଖାଦ୍ୟପେୟ କଣ୍ଟ୍ରୋଲ କରିବା ସହ ନିୟମିତ ବ୍ୟାୟାମ କରନ୍ତୁ ।
  • ଅଫିସରେ କାର୍ଯ୍ୟ କରିବା ସମୟରେ ଅଧିକ ସମୟ ବସି ରହୁଥିଲେ ମଝିରେ ମଝିରେ ଉଠି ଚଲାବୁଲା କରନ୍ତୁ । ଏହାସହ ସର୍ବଦା ଲିଫ୍ଟ ବଦଳରେ ସିଡିରେ ଯିବାର ଅଭ୍ୟାସ ରଖନ୍ତୁ ।
  • ଖାଦ୍ୟ କମ କରିଦେବା ବିଭିନ୍ନ ସମସ୍ୟାର ସମାଧାନ ନୁହେଁ । ଏଥିପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି । ଯେପରି ସବୁଜ ପନିପରିବା, ନଟସ, ଡ୍ରାଏଡ ସିଡ୍ସ, ଦୁଗ୍ଧ ଇତ୍ୟାଦି ।
  • ଛୋଟ ପିଲା, ପୋଷା କୁକୁର, ସବୁଜିମା ପରିବେଶ , ମୁକ୍ତ ଆକାଶର ତାରା ସଂସ୍ପର୍ଶରେ ଆସି ହଲିଡେ ଭ୍ୟାକେସନରେ ମଧ୍ୟ ମଝିରେ ମଝିରେ ଯାଆନ୍ତୁ । ଯାହା ଦ୍ବାରା ମନ ପ୍ରଫୁଲ୍ଲ ରହିବ ଓ ଚିନ୍ତା ଦୂରେଇ ଯିବ ।
  • ପ୍ରତ୍ୟେକ ଦିନ ଅତି ବେଶୀରେ 6 ରୁ 8 ଘଣ୍ଟା ଶୁଅନ୍ତୁ । ଏହା କେବଳ ଆପଣଙ୍କ ହୃଦୟକୁ ସୁସ୍ଥ ରଖିବ ନାହିଁ ବରଂ ମନରେ ଶାନ୍ତି ଆଣିବ। ଏହାସହ ମଧୁମେହ ରୋଗୀ, ରକ୍ତଚାପ, ଅତ୍ୟଧିକ କୋଲୋଷ୍ଟ୍ରୋଲ ଥିବା ବ୍ୟକ୍ତିମାନେ ନିୟମିତ ବ୍ୟବଧାନରେ ନିଜର ମେଡିସିନ ଖାଇବା ଉଚିତ୍ ।
Last Updated : Sep 29, 2019, 8:12 AM IST

ABOUT THE AUTHOR

...view details