ଓଡିଶା

odisha

ଛତିଶଗଡ଼ରେ ଗର୍ଭବତୀଙ୍କ ପାଇଁ ପୃଥକ କ୍ବାରେଣ୍ଟାଇନ ସେଣ୍ଟର

ଗର୍ଭବତୀଙ୍କ ପାଇଁ ପୃଥକ କୋଭିଡ୍ -19 କ୍ବାରେଣ୍ଟାଇନ ସେଣ୍ଟର ଛତିଶଗଡ଼ ସରକାର ଖୋଲିଥିବା ଦେଖିବାକୁ ମିଳିଛି । ସରକାରଙ୍କ ଦ୍ବାରା ବିଲାସପୁର ଜିଲ୍ଲାରେ ଏହିପରି ପ୍ରଥମ କୋଭିଡ୍ -19 କ୍ବାରେଣ୍ଟାଇନ ସେଣ୍ଟର ପ୍ରସ୍ତୁତ କରାଯାଇଛି। ଅଧିକ ପଢନ୍ତୁ...

By

Published : Jun 7, 2020, 5:28 PM IST

Published : Jun 7, 2020, 5:28 PM IST

ଛତିଶଗଡ଼ରେ ଗର୍ଭବତୀମାନଙ୍କ ପାଇଁ ପୃଥକ କୋଭିଡ୍ -19 କ୍ବାରେଣ୍ଟାଇନ ସେଣ୍ଟର
ଛତିଶଗଡ଼ରେ ଗର୍ଭବତୀମାନଙ୍କ ପାଇଁ ପୃଥକ କୋଭିଡ୍ -19 କ୍ବାରେଣ୍ଟାଇନ ସେଣ୍ଟର

ରାୟପୁର: ମହାମାରୀ କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା ଚଳାଇଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ପଞ୍ଚାୟତ ସ୍ତରୀୟ ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟର ଖୋଲିଛନ୍ତି । ଏପରିକି ଗର୍ଭବତୀ ମହିଳାଙ୍କ ପାଇଁ ପୃଥକ କୋଭିଡ୍ -19 କ୍ବାରେଣ୍ଟାଇନ ସେଣ୍ଟର ଛତିଶଗଡ଼ ସରକାର ଖୋଲିଥିବା ଦେଖିବାକୁ ମିଳିଛି । ସରକାରଙ୍କ ଦ୍ବାରା ବିଲାସପୁର ଜିଲ୍ଲାରେ ଏହିପରି ପ୍ରଥମ କୋଭିଡ୍ -19 କ୍ବାରେଣ୍ଟାଇନ ସେଣ୍ଟର ପ୍ରସ୍ତୁତ କରାଯାଇଛି। ଗର୍ଭବତୀ ମହିଳାଙ୍କ ପାଇଁ ପୃଥକ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛନ୍ତି ଛତିଶଗଡ ସ୍ୱାସ୍ଥ୍ୟ ସଚିବ ନିହାରିକା ବାରିକ ସିଂ ।

ବିଲାସପୁର ଜିଲ୍ଲାର କେସଲା ଗ୍ରାମରେ ପ୍ରବାସୀ ଗର୍ଭବତୀ ମହିଳାଙ୍କ ପାଇଁ ପ୍ରଥମ ପୃଥକ ପୃଥକ କେନ୍ଦ୍ର ଆରମ୍ଭ ହୋଇଥିଲା। ଏହି ସେଣ୍ଟରରେ ବର୍ତ୍ତମାନ 8 ଜଣ ପ୍ରବାସୀ ଗର୍ଭବତୀ ମହିଳାଙ୍କୁ ରଖାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଗର୍ଭବତୀଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସହ କେନ୍ଦ୍ରରେ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ ସାମାଜିକ ଦୂରତା ସହିତ ଚିକିତ୍ସା ସୁବିଧା ଯୋଗାଉଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଏହା ସହ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ପରୀକ୍ଷା ପାଇଁ ନମୁନା ନିଆଯାଇଛି ଏବଂ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଏପରିକି ଯଦି କୌଣସି ମହିଳା ତାଙ୍କ ପରିବାର ସହିତ ରହିବାକୁ ଚାହାଁନ୍ତି ତେବେ ତାଙ୍କୁ ଅନୁମତି ଦିଆଯିବ।

ଏହା ବ୍ୟତୀତ କ୍ବାରେଣ୍ଟାଇନ ସେଣ୍ଟର ପାଖରେ ଅଧିକାରୀମାନଙ୍କୁ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଛୁ ବୋଲି ସିଂ କହିଛନ୍ତି। ଶନିବାର ଛତିଶଗଡରେ ମୋଟ 97 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 997ରେ ପହଞ୍ଚିଲାଣି ଏବଂ ମୃତ୍ୟୁ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ଏଯାବତ୍ କୋରୋନା ଆକ୍ରାନ୍ତ 660 ଟି ସକ୍ରିୟ ମାମଲା ଥିବା ବେଳେ 259 ଜଣ ସୁସ୍ଥ ହୋଇଛନ୍ତି । ଶନିବାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରାୟପୁରରେ 32 ବର୍ଷ ବୟସ୍କାଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର 19 ବର୍ଷ ବୟସ୍କାଙ୍କ ମୃତ୍ୟୁ ଘଟିଛି।

ABOUT THE AUTHOR

...view details