ଓଡିଶା

odisha

ETV Bharat / bharat

ଗୋଗୋଇଙ୍କ ପ୍ରଶଂସାରେ ପରବର୍ତ୍ତୀ ସିଜେଆଇ - ଗୋଗାଇଙ୍କ ପ୍ରଂଶସା କଲେ ପରବର୍ତ୍ତୀ ସିଜେଆଇ

ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତିଙ୍କୁ ପ୍ରଶଂସା । ଅଯୋଧ୍ୟା ମାମଲାରେ ତାଙ୍କ ରାୟକୁ ନେଇ ଶତମୁଖ ହେଲେ ସୁପ୍ରିମକୋର୍ଟ ପରବର୍ତ୍ତୀ ସିଜେଆଇ।

ଫାଇଲ ଫଟୋ

By

Published : Nov 11, 2019, 12:13 PM IST

ଗୌହ୍ବାଟୀ: ଗୋଗୋଇଙ୍କ ପ୍ରଶଂସାରେ ଶତମୁଖ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି(ସିଜେଆଇ) । ଆସ୍ଥା ଓ ବିଶ୍ବାସରେ ନୁହେଁ ବରଂ ସର୍ବ ସମ୍ମତି କ୍ରମେ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ଯାହାକୁ ନେଇ ଶତମୁଖ ଏସ.ଏ ବୋବଡେ । ଏକ ସମ୍ବେଦନଶୀଳ ମାମଲାର ଅନ୍ତ ଘଟିଥିବାରୁ ସେ ଗୋଗୋଇଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ।

ବହୁ ଉର୍ଦ୍ଧ୍ବରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଧୈର୍ଯ୍ୟ, ସାହସ ଓ ଚରିତ୍ର । ତେଣୁ ତାଙ୍କ ନିକଟରୁ କୌଣସି ଭୂଲ ବାହାର କରିପାରିବା କଷ୍ଟ ସାଧ୍ୟ ବୋଲି କହିଛନ୍ତି ନ୍ୟାୟଧୀଶ ବୋବଡେ । ଏକ ପୁସ୍ତକ ବିମୋଚନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏଭଳି କହିଥିଲେ । ଏଥିସହ ସେ କହିଥିଲେ ଗୋଗୋଇଙ୍କ ସହ ସମୟ ବିତାଇଥିବାରୁ ଭାଗ୍ୟବାନ ।

ସୂଚନାଯୋଗ୍ୟ, ଗତ ଶନିବାର ବହୁପ୍ରତୀକ୍ଷିତ ଓ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି ଜଷ୍ଟିଷ୍ଟ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ଖଣ୍ଡପୀଠ । ଯେଉଁଥିରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ପଥ ପରିଷ୍କାର ହୋଇଛି ।

ପ୍ରକାଶ ଥାଉକି, ରାୟ ଶୁଣାଇବାର 2 ଦିନ ପରେ ମଧ୍ୟ କୌଣସି ଟିପ୍ପଣୀ ଦେଇନାହାନ୍ତି ଗୋଗୋଇ ।

ABOUT THE AUTHOR

...view details