ଓଡିଶା

odisha

ETV Bharat / bharat

ମୋଦୀଙ୍କୁ ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା - କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କ ମୋଦୀଙ୍କୁ ପ୍ରଶଂସା

ଶନିବାର ଦିନ ସୋନିଆ ଗାନ୍ଧି, ଆନନ୍ଦ ଶର୍ମାଙ୍କ ସମେତ ସମସ୍ତ ଅସନ୍ତୁଷ୍ଟ ବିଧାୟକଙ୍କ ସହ ବୈଠକ କରିଥିଲେ । ହେଲେ ବର୍ତ୍ତମାନ ଆନନ୍ଦ ଶର୍ମାଙ୍କ ମୋଦୀଙ୍କୁ ପ୍ରଶଂସା ସମସ୍ତଙ୍କୁ ଚକିତ କରିଛି । ଅଧିକ ପଢନ୍ତୁ...

ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ମୋଦୀଙ୍କୁ ପ୍ରଶଂସା
ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ମୋଦୀଙ୍କୁ ପ୍ରଶଂସା

By

Published : Dec 21, 2020, 10:44 PM IST

ନୂଆଦିଲ୍ଲୀ: ବରିଷ୍ଠକଂଗ୍ରେସ ନେତା ତଥା ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା କହିଛନ୍ତି, ନିକଟ ବର୍ଷରେ ଦେଶ ଏହାର ଭିତ୍ତିଭୂମୀ ବୃଦ୍ଧି କରିଛି । ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ମିଳିମିଶି କାମ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣଇଛନ୍ତି । ସେ କହିଛନ୍ତି ସଙ୍କଟ ସମୟରେ ଦେଶ ଏକଜୁଟ ହୋଇ ଠିଆ ହୋଇଥିଲା । ଏହା ପୂର୍ବରୁ ସେ କୋଭିଡ-19 ଟିକା ବିକଶିତ କରୁଥିବା କମ୍ପାନୀ ଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଟ୍ବିଟ କରିଥିଲେ । ଯାହାକୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ପ୍ରଶଂସା ଭାବେ ବିବେଚନା କରାଯାଉଥିଲା । ଯଦିଓ ପରେ ସେ ଏହା ପରେ ନିଜର ସ୍ପଷ୍ଟୀକରଣ ଦେଇଥିଲେ ।

ଶର୍ମା କହିଛନ୍ତି, ଏହି ବର୍ଷ ପ୍ରଥମ ତ୍ରୟମାସ ସବୁଠୁ ଖରାପ ସ୍ଥିତି ରହିଥିଲା କାରଣ, ଜିଡିପି ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା। ଯଦିଓ ଆମେ ପରବର୍ତ୍ତି ତ୍ରୟମାସରେ ପୂର୍ବ ସ୍ଥିତିକୁ ଫେରିଥିଲୁ ଏବଂ ଆମେ ଆଶା କରୁଛୁ କି ଶେଷ ଦୁଇ ତ୍ରୟମାସରେ ବି ପୁନରୁଦ୍ଧାରରେ ସନ୍ତୁଳନ ବଜାୟ ରହିବ।

ଏଠାରେ କହିରଖୁଛୁ , ଆନନ୍ଦ ଶର୍ମା କଂଗ୍ରେସର 23 ଅସନ୍ତୁଷ୍ଟ ବିଧାୟକଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯିଏକି ଏହି ବର୍ଷ ଆରମ୍ଭରୁ ପାର୍ଟି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ କଂଗ୍ରେସ ଭିତରେ ପରିବର୍ତ୍ତନ କରିବାକୁ ଦାବି ହୋଇଥିଲା । ଗତ ଶନିବାର ଦିନ ସୋନିଆ ଗାନ୍ଧି, ଶର୍ମାଙ୍କ ସମେତ ସମସ୍ତ ଅସନ୍ତୁଷ୍ଟ ବିଧାୟକଙ୍କ ମିଟିଂ କରିଥିଲେ, ଯାହାର ଉଦ୍ଦ୍ୟେଶ୍ୟ ଥିଲା ବର୍ତ୍ତମାନର ଫାଟକୁ ଦୂର କରିବା । ଏହାସତ୍ତ୍ବେ ଅନନ୍ଦ ଶର୍ମାଙ୍କ ଭଳି ବରିଷ୍ଠ ନେତାଙ୍କ ମୋଦିଙ୍କୁ ପ୍ରଶଂସା ସମସ୍ତଙ୍କୁ ଚକିତ କରିଛି ।

ABOUT THE AUTHOR

...view details