ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ବିଜେପିରୁ ଏକନାଥ ଖଡ଼ସେଙ୍କ ଇସ୍ତଫା, ଏନସିପିରେ ସାମିଲ ନେଇ ଚର୍ଚ୍ଚା - ଏନସିପିରେ ଯୋଗ ଦେବେ ଏକନାଥ ଖଡ଼ସେ

ମହାରାଷ୍ଟ୍ର ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଏକନାଥ ଖଡ଼ସେ। ଅକ୍ଟୋବର 23 ତାରଖରେ ସେ ଏନସିପିରେ ସାମିଲ ହେବାନେଇ ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

ବିଜେପିରୁ ବରିଷ୍ଠ ନେତା ଏକନାଥ ଖଡ଼ସେଙ୍କ ଇସ୍ତଫା, ଏନସିପିରେ ସାମିଲ ନେଇ ଚର୍ଚ୍ଚା
ବିଜେପିରୁ ବରିଷ୍ଠ ନେତା ଏକନାଥ ଖଡ଼ସେଙ୍କ ଇସ୍ତଫା, ଏନସିପିରେ ସାମିଲ ନେଇ ଚର୍ଚ୍ଚା

By

Published : Oct 21, 2020, 4:00 PM IST

ମୁମ୍ବାଇ: ଏନସିପିରେ ଯୋଗଦେବେ ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତା ଏକନାଥ ଖଡ଼ସେ। ଗତ କିଛିଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ ଏକନାଥ ଖଡ଼ସେ। ଏହାପରେ ସେ ଏନସିପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ମହାରାଷ୍ଟ୍ର ବିଜେପିରେ ନିଜର ଅସ୍ତିତ୍ବକୁ ନେଇ ଖପା ଥିଲେ ଖଡ଼ସେ। ଏଥିପାଇଁ ସେ ବିଭିନ୍ନ ସମୟରେ ବିଜେପି ବିରୋଧି ଟିପ୍ପଣୀ ମଧ୍ୟ ଦେଇ ଆସୁଥିଲେ। ଯେଉଁଥିପାଇଁ ଅନେକ ଥର ବିଜେପି ପକ୍ଷରୁ ତାଙ୍କୁ ତାଗିଦ ମଧ୍ୟ କରାଯାଇଥିବା ସୂଚନା ମିଳିଛି।

ଅକ୍ଟୋବର 23 ତାରିଖରେ ଖଡ଼ସେ ବିଜେପିରେ ଯୋଗ ଦେବାନେଇ ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ଜୟନ୍ତ ପାଟିଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, "ଏକନାଥ ଖଡ଼ସେ ବହୁଦିନ ଧରି ମହାରାଷ୍ଟ୍ରରେ ବିଜେପି ପାଇଁ କାର୍ଯ୍ୟ କରିଆସୁଥିଲେ। ତେବେ ବିଜେପିରେ ତାଙ୍କୁ ସେଭଳି ସମ୍ମାନ ମିଳିନଥିଲା। ଏଥିପାଇଁ ବିଜେପିରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ଶୁକ୍ରବାର(ଅକ୍ଟୋବର 23) ଦିନ ସେ ବିଧିବଦ୍ଧ ଭାବେ ଏନସିପିରେ ସାମିଲ ହେବେ।"

ବିଜେପିରୁ ବରିଷ୍ଠ ନେତା ଏକନାଥ ଖଡ଼ସେଙ୍କ ଇସ୍ତଫା, ଏନସିପିରେ ସାମିଲ ନେଇ ଚର୍ଚ୍ଚା

ଏହାପୂର୍ବରୁ ଏକନାଥ ଖଡ଼ସେ ମଧ୍ୟ ଏନସିପି ସାମିଲ ହେବା ନେଇ ଇସାରା ଦେଇଥିଲେ। ତେବେ ଯେପର୍ଯ୍ୟନ୍ତ ସେ ବିଦ୍ଧିବଧ ଭାବେ ସାମିଲ ହୋଇନାହାନ୍ତି ସେପର୍ଯ୍ୟନ୍ତ କିଛି କହିହେବ ନାହିଁ ବୋଲି ସୂଚନା ଦେଇଛନ୍ତି। ଆସନ୍ତାକାଲି(ଗୁରୁବାର) ସେ ଏନସିପିରେ ସାମିଲ ହେବା ନେଇ ସୂଚନା ମିଳିଥିଲା। ତେବେ ଏହାକୁ ଖଣ୍ଡନ କରିଛନ୍ତି ଖଡ଼ସେ।

ବିଜେପିରୁ ବରିଷ୍ଠ ନେତା ଏକନାଥ ଖଡ଼ସେଙ୍କ ଇସ୍ତଫା, ଏନସିପିରେ ସାମିଲ ନେଇ ଚର୍ଚ୍ଚା

ଏନେଇ ଏକନାଥ ଖଡ଼ସେ କହିଛନ୍ତି ଯେ, "ଏନସିପିରେ ଯୋଗ ଦେବା ନେଇ କୌଣସି ଚୂଡ଼ାନ୍ତି ନିଷ୍ପତ୍ତି ହୋଇନାହିଁ । ଏନେଇ ମୁଁ ଶୀଘ୍ର ନିଷ୍ପତ୍ତି ନେଇ ସଭିଙ୍କୁ ଜଣାଇବି। ତେବେ ଆସନ୍ତାକାଲି ମୁଁ ଏନସିପିରେ ଯୋଗଦେଉନାହିଁ।"

ଶୁକ୍ରବାର ଦିନ ଏକନାଥ ଖଡ଼ସେଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମରେ ସେ ଏନସିପିରେ ସାମିଲ ହେବା ନେଇ ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ତଥା ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଜୟନ୍ତ ପାଟିଲ ସୂଚନା ଦେଇଛନ୍ତି।

ସେପଟେ ଏଭଳି ଖବରକୁ ମିଛ ଓ ଭ୍ରମାତ୍ମକ ବୋଲି କହିଛି ବିଜେପି। ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ, "ଏକନାଥ ଖଡ଼ସେ ବିଜେପିରୁ ଇସ୍ତଫା ଦେଇନାହାନ୍ତି। ସେ ବିଜେପି ସହ ହିଁ ଅଛନ୍ତି। ସେ ଏନସିପିରେ ଯୋଗଦେବାର କୌଣସି ଯୋଜନା ନାହିଁ।"

ଗତ ମେ ମାସରେ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଏକନାଥ ଖଡସେଙ୍କୁ ଟିକଟ ମିଳିନଥିବାରୁ ସେ ଅସନ୍ତୁଷ୍ଟ ରହିଥିଲେ।

@ani

ABOUT THE AUTHOR

...view details