ଓଡିଶା

odisha

ETV Bharat / bharat

ଜେଏନୟୁ ହିଂସା: ଘୁଞ୍ଚିଲା ସେମିଷ୍ଟର ପରୀକ୍ଷା ରେଜିଷ୍ଟ୍ରେସନର ତାରିଖ - Semester registration date extended amidst tension in JNU

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଆକ୍ରମଣ ଫଳରେ ରେଜିଷ୍ଟ୍ରେସନ ପରୀକ୍ଷାର ପଞ୍ଜିକରଣ ପ୍ରଭାବିତ ହୋଇଛି । ସର୍ଭର ସମ୍ପୂର୍ଣ୍ଣ ବିଛିନ୍ନ ହେବା ଦ୍ବାରା ପଞ୍ଜିକରଣର ସମୟ ବଢାଇ ରବିବାର ପର୍ଯ୍ୟନ୍ତ ରଖାଯାଇଛି ।

tension in JNU
ଜେଏନୟୁ ହିଂସା

By

Published : Jan 7, 2020, 12:39 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଆକ୍ରମଣ ଫଳରେ ରେଜିଷ୍ଟ୍ରେସନ ପରୀକ୍ଷାର ପଞ୍ଜିକରଣ ପ୍ରଭାବିତ ହୋଇଛି । ସର୍ଭର ସମ୍ପୂର୍ଣ୍ଣ ବିଛିନ୍ନ ହେବା ଦ୍ବାରା ପଞ୍ଜିକରଣର ସମୟ ବଢାଇ ରବିବାର ପର୍ଯ୍ୟନ୍ତ ରଖାଯାଇଛି ।

ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରମୋଦ କୁମାରଙ୍କ ମତରେ ଆନ୍ଦୋଳନ ଜାରି ରହିଥିବା କାରଣରୁ ସୂଚନା ଏବଂ ସଞ୍ଚାର ସେବାକୁ ବ୍ୟାପକ କ୍ଷତି ହୋଇଛି । ଅପ୍ଟିକ୍ ଫାଇବର କେବଲ୍ ଓ ସମସ୍ତ ବିଜୁଳି ତାର ନଷ୍ଟ ହୋଇଯାଇଛି । ତେଣୁ ଅନଲାଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ଜେଏନୟୁ ମାମଲାରେ କ୍ରାଇମବ୍ରାଞ୍ଚକୁ କିଛି ମହତ୍ତ୍ବପୂର୍ଣ୍ଣ ସୁରାକ ଲାଗିଥିବାର ପ୍ରକାଶ କରିଛି ଦିଲ୍ଲୀ ପୋଲିସ । ପିଆରଓ ଏମଏସ ରନ୍ଧୱାଙ୍କ କହିବାନୁସାରେ, ଦିଲ୍ଲୀ ପୋଲିସ ଜଏଣ୍ଟ ସିପି ଶାଲିନୀ ସିଂହ କ୍ରାଇମବ୍ରାଞ୍ଚ କମିଟିର ମୁଖ୍ୟ । ସେ ସିସିଟିଭି ଫୁଟେଜ୍ ସହ ଭାଇରାଲ ଭିଡିଓ ଓ କୋର୍ଡ ୱାର୍ଡର ଯାଞ୍ଚ କରୁଛନ୍ତି ।

ABOUT THE AUTHOR

...view details