ଓଡିଶା

odisha

ETV Bharat / bharat

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଅଧିକ ଗୁରୁତ୍ୱପୂର୍ଣ୍ଣ: ରାଜନାଥ - Rajnath Singh

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଅନ୍ୟ କ୍ଷେତ୍ର ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରକାଶ କରିଛନ୍ତି । ଆତ୍ମନିର୍ଭର ଭାରତ ସପ୍ତାହ ଅବସରରେ ସାଉଥ ବ୍ଲକରେ ଅନୁଷ୍ଠିତ ଏକ ଭିଡିଓ କନଫରେନ୍ସିଂ ବୈଠକରେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ...

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଅଧିକ ଗୁରୁତ୍ୱପୂର୍ଣ୍ଣ: ପ୍ରତିରକ୍ଷା ମନ୍ତ୍ରୀ
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଅଧିକ ଗୁରୁତ୍ୱପୂର୍ଣ୍ଣ: ପ୍ରତିରକ୍ଷା ମନ୍ତ୍ରୀ

By

Published : Aug 13, 2020, 6:23 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଅନ୍ୟ କ୍ଷେତ୍ର ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରକାଶ କରିଛନ୍ତି । ଆତ୍ମନିର୍ଭର ଭାରତ ସପ୍ତାହ ଅବସରରେ ସାଉଥ ବ୍ଲକରେ ଅନୁଷ୍ଠିତ ଏକ ଭିଡିଓ କନଫରେନ୍ସିଂ ବୈଠକରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ‘ଆମେ କେବଳ ଜାତୀୟ ସ୍ୱାର୍ଥ ପୂରଣ କରିବାକୁ ସମର୍ଥ ହେବା କଥା ନୁହେଁ ବରଂ ଆବଶ୍ୟକ ସମୟରେ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିବା ଉଚିତ୍। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଅନ୍ୟ କ୍ଷେତ୍ର ଅପେକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ।’

ବିଗତ ଦିନ ଗୁଡିକରେ ଆମେ ବିଭିନ୍ନ କ୍ଷେତ୍ରରେ ଆଧୁନିକୀକରଣ, ନବୀକରଣ ଓ ନୂତନ ଭିତ୍ତିଭୂମି ନିର୍ମାଣର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଆସୁଛନ୍ତି। ଯେକୌଣସି ଦେଶର ବିକାଶ ପାଇଁ ସୁରକ୍ଷା ହେଉଛି ଏହାର ପ୍ରଥମ ପ୍ରାଥମିକତା । ଏପରିକି ଯେଉଁ ରାଷ୍ଟ୍ରମାନେ ନିଜକୁ ରକ୍ଷା କରିବାରେ ସକ୍ଷମ, ସେମାନେ ବିଶ୍ୱ ସ୍ତରରେ ନିଜର ଦୃଢ ଭାବମୂର୍ତ୍ତି ଗଢିବାରେ ସକ୍ଷମ ହୋଇଛନ୍ତି । ଆମର ପ୍ରତିରକ୍ଷା ଆବଶ୍ୟକତା ପୂରଣ କରିବା ପାଇଁ ଆମେ ବିଦେଶୀ ସରକାର, ବିଦେଶୀ ଯୋଗାଣକାରୀ ଏବଂ ବିଦେଶୀ ପ୍ରତିରକ୍ଷା ଉତ୍ପାଦ ଉପରେ ନିର୍ଭର କରିପାରିବୁ ନାହିଁ । ଏହା ଏକ ଶକ୍ତିଶାଳୀ ତଥା ‘ଆତ୍ମନିର୍ଭରଶୀଳ ଭାରତ’ର ଉଦ୍ଦେଶ୍ୟ ଏବଂ ଭାବନା ସହିତ ସୁସଙ୍ଗତ ନୁହେଁ ବୋଲି ସିଂ କହିଛନ୍ତି।

ଅନ୍ୟପକ୍ଷରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରତିରକ୍ଷା ପବ୍ଲିକ ସେକ୍ଟର (PSUs) ଏବଂ ଅର୍ଡାନ୍ସ ଫ୍ୟାକ୍ଟ୍ରି ବୋର୍ଡ (OFB)ର ପ୍ରୟାସକୁ ପ୍ରତିରକ୍ଷା ମନ୍ତ୍ରୀ ପ୍ରଶଂସା କରିଛନ୍ତି।

‘ଆଜି ଆରମ୍ଭ ହୋଇଥିବା ନୂତନ ସ୍ୱଦେଶୀ ଦ୍ରବ୍ୟର ଚିତ୍ତାକର୍ଷକ ତାଲିକା ଦ୍ବାରା ପ୍ରତିରକ୍ଷା କାର୍ଯ୍ୟ ଓ ଆତ୍ମନିର୍ଭରଶୀଳ ଅଭିଯାନ ଦ୍ରୁତଗତି ଲାଭ କରିବ ଯାହା ଜାତୀୟ ନିରାପତ୍ତା ପାଇଁ ଯଥେଷ୍ଟ ସହାୟକ ହେବ। ସମ୍ପ୍ରତି ଲଞ୍ଚ ହୋଇଥିବା ଉତ୍ପାଦଗୁଡିକ ମଧ୍ୟରେ ଚାରୋଟି ଉତ୍ପାଦ ଓଏଫବି, ବିଇଏମଏଲ, ଦୁଇଟି ବିଇଏଲ, ଗୋଟିଏ ଏଚଏଲ, ବିଡିଏଲ, ଏମଡିଏଲ, ଜିଆରଏସଇ ଏବଂ ଜିଏସଏଲ ଦ୍ବାରା ବିକଶିତ ହୋଇଛି ବୋଲି ସେ ପ୍ରକାଶ କହିଛନ୍ତି। ଏହା ସହ ଇଲେକ୍ଟ୍ରିକ୍ ଡମ୍ପ ଟ୍ରକ୍ ମାଇନିଂ ଇଣ୍ଡଷ୍ଟ୍ରିଜର ଆବଶ୍ୟକତାକୁ ମଧ୍ୟ ପୂରଣ କରିବ ବୋଲି ସେ କହିଛନ୍ତି।

@ANI

ABOUT THE AUTHOR

...view details