ଓଡିଶା

odisha

ETV Bharat / bharat

'ଆତ୍ମନିର୍ଭର ଭାରତ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମବିଶ୍ବାସ ଗୁରୁତ୍ବପୂର୍ଣ୍ଣ' - self confidence in defence sector important

ଗୁରୁବାର ଭିଡିଓ କନ୍‌ଫ୍ରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭରଶୀଳ ଭାରତ ପ୍ରତିରକ୍ଷା ଶିଳ୍ପ ଉପରେ ଏକ ୱେବିନିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

'ଆତ୍ମନିର୍ଭର ଭାରତ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମବିଶ୍ବାସ ଗୁରୁତ୍ବପୂର୍ଣ୍ଣ'
'ଆତ୍ମନିର୍ଭର ଭାରତ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମବିଶ୍ବାସ ଗୁରୁତ୍ବପୂର୍ଣ୍ଣ'

By

Published : Aug 27, 2020, 8:24 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ମୋଦି ସରକାରଙ୍କ ବଡ ନିଷ୍ପତ୍ତି । ମୋଦି ସରକାର ଭାରତରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ବୃଦ୍ଧି କରିବା ନିମନ୍ତେ ଲକ୍ଷ ରଖିଛନ୍ତି। ଅଟୋମେଟିକ୍ ରୁଟ୍‌ରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ନିମନ୍ତେ ୭୪% ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫ୍‌ଡିଆଇ)କୁ ଅନୁମତି ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ।

ଗୁରୁବାର ଭିଡିଓ କନ୍‌ଫ୍ରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭରଶୀଳ ଭାରତ ପ୍ରତିରକ୍ଷା ଶିଳ୍ପ ଉପରେ ଏକ ୱେବିନିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି କରିବା ଆମର ଲକ୍ଷ୍ୟ ରହିଛି। ନୂତନ ଜ୍ଞାନକୌଶଳ ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ କମ୍ପାନିମାନଙ୍କୁ ବଡ଼ ଭୂମିକା ଦେବା ନିମନ୍ତେ ଉଦ୍ୟମ ଚାଲିଛି। ଭାରତୀୟ ପ୍ରତିରକ୍ଷା ସାମଗ୍ରୀ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ନିର୍ଦ୍ଦିଷ୍ଟ କେତେକ ସାମଗ୍ରୀ ଆମଦାନି ଉପରେ କଟକଣା ଲାଗୁ କରାଯାଇଛି। ଏହା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆମର ପ୍ରୟାସକୁ ଶକ୍ତି ଏବଂ ଗତି ଦେବ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, 'ମୁଁ ଖୁସି ଯେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କାର୍ଯ୍ୟ ପାଇଁ ମିଶନ ମୋଡରେ ଅଛନ୍ତି। ତାଙ୍କର ନିରନ୍ତର ଉଦ୍ୟମ ଆମକୁ ଭଲ ପରିଣାମ ଦେବ । ବହୁ ବର୍ଷ ଧରି ଭାରତ ସବୁଠୁ ବଡ ପ୍ରତିରକ୍ଷା ଆମଦାନୀକାରୀ ଦେଶ ହୋଇଆସୁଛି। ଯେତେବେଳେ ଭାରତ ସ୍ବାଧୀନତା ଲାଭ କଲା, ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହାର ଅଧିକ କ୍ଷମତା ଥିଲା । କିନ୍ତୁ ଦୁର୍ଭାଗ୍ୟବଶତ ଏହି ଦିଗରେ ଆବଶ୍ୟକ ମୁତାବକ ଧ୍ୟାନ ଦିଆଯାଇ ପାରିଲା ନାହିଁ।'

ମୋଦି କହିଛନ୍ତି ଯେ, 'ଆମର ଲକ୍ଷ୍ୟ ହେଉଛି ଭାରତରେ ନୂଆ ଟେକ୍ନୋଲୋଜି ବିକଶିତ କରିବା । ଏହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ବିସ୍ତାର କରାଯିବା ଉଚିତ୍ । ଏଥିପାଇଁ ଲାଇସେନ୍ସ ପ୍ରକ୍ରିୟାରେ ଉନ୍ନତି, ରପ୍ତାନି ପ୍ରକ୍ରିୟାର ସରଳୀକରଣ, ଅବସେଟର ବ୍ୟବସ୍ଥାରେ ଉନ୍ନତି ଭଳି ଅନେକ ପଦକ୍ଷେପ ନିଆଯାଇଛି । ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ 74 ପ୍ରତିଶତ ଏଫଡିଆଇ (ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ) କୁ ଅନୁମତି ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ନୂଆ ଭାରତର ଆତ୍ମବିଶ୍ବାସର ଫଳାଫଳ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ABOUT THE AUTHOR

...view details