ନୂଆଦିଲ୍ଲୀ:ଭାରତ-ବାଂଲାଦେଶ ସୀମାରେ ସର୍ବଦା ବିଏସଏଫ ଯବାନମାନେ ଶତ୍ରୁପକ୍ଷର କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି । କିନ୍ତୁ ଶୀତ ଋତୁରେ ଘନ କୁହୁଡ଼ି ଯୋଗୁଁ ସୁରକ୍ଷାକର୍ମୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘନ କୁହୁଡ଼ିରେ ପରିବେଶ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉନଥିବାରୁ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଯବାନମାନେ କହିଛନ୍ତି ।
ଭାରତର ସୀମାରେ ରାତ୍ରି ସମୟରେ ସୁରକ୍ଷା କାର୍ଯ୍ୟରେ ମଧ୍ୟ ବାଧା ଉପୁଜିଥାଏ । ମାତ୍ର ଘନ କହୁଡ଼ିରେ ଏହି କାର୍ଯ୍ୟ ଆହୁରି କଷ୍ଟସାଧ୍ୟ ହୋଇପଡେ ବୋଲି ସୁରକ୍ଷାକର୍ମୀମାନେ କହିଛନ୍ତି । ଭାରତ-ବାଂଲାଦେଶ ସୀମାରେ ଘନ କୁହୁଡ଼ି ଯୋଗୁଁ କମ ଦୃଶ୍ୟମାନ ହୋଇଥାଏ । ଫଳରେ ଶତ୍ରୁପକ୍ଷ ବିନା ଦ୍ବିଧାରେ ସୀମା ଭିତରକୁ ପଶିଥାନ୍ତି । ସେତେବେଳେ ତାଙ୍କୁ ଅପର ପକ୍ଷର ଆକ୍ରମଣକୁ ଭୟ ନଥାଏ ବୋଲି ଯବାନମାନେ କହିଛନ୍ତି ।