ଓଡିଶା

odisha

ETV Bharat / bharat

ପୋଷ୍ଟାଲ ବାଲଟ୍‌ରେ ଆଗୁଆ ଭୋଟ୍‌ ଦେଲେ ସୁରକ୍ଷାକର୍ମୀ - ଭୋଟ୍‌ ଦେଲେ ସୁରକ୍ଷାକର୍ମୀ

ଏଣିକି ନିର୍ବାଚନରେ ମତଦାନରୁ ବଞ୍ଚିତ ହେବେ ନାହିଁ ସୁରକ୍ଷାକର୍ମୀ। ପୋଷ୍ଟାଲ ବାଲଟ୍ ଜରିଆରେ ଦେଇପାରିବେ ଭୋଟ। ଚଳିତ ନିର୍ବାଚନରେ ଆଗୁଆ ମତଦାନ କରିଛନ୍ତି ସୁରକ୍ଷାକର୍ମୀ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

By

Published : Apr 10, 2019, 5:54 PM IST

କୋଏମ୍ବାଟୁର: ନିର୍ବାଚନକୁ ଦେଶର ସବୁଠାରୁ ବଡ ଗଣପର୍ବ ବୋଲି କୁହାଯାଏ। ସ୍ବଭାବିକ ରୂପେ ଏଥିରେ ଭାଗ ନେବାକୁ ଉତ୍ସାହିତ ଥାନ୍ତି ସମସ୍ତ ମତଦାତା । ଯିଏ ଯେଉଁଠି ଥିଲେ ମଧ୍ୟ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଘରେ ଆସି ପହଞ୍ଚି ଯାଆନ୍ତି । ଏଥିରୁ କିପରି ବାଦ୍ ପଡିବେ ସୁରକ୍ଷାକର୍ମୀ ?

ନିର୍ବାଚନରେ ମତଦାନ କରିବାକୁ ଉତ୍ସାହିତ ସୁରକ୍ଷାକର୍ମୀ । କିନ୍ତୁ ନିର୍ବାଚନୀ ମାହୋଲରେ କାର୍ଯ୍ୟଚାପ ଯୋଗୁଁ ଘରକୁ ଯାଇ ପାରି ନାହାଁନ୍ତି। ଯାହାକୁ ନେଇ ସେମାନଙ୍କ ଭିତରେ ଦେଖାଦେଇଛି ନିରାଶା । ହେଲେ ସମସ୍ତଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏହି ସୁରକ୍ଷାକର୍ମୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିନାହାଁନ୍ତି କେରଳ ସରକାର। ସମସ୍ତ ପୋଲିସ ଓ ଯବାନ ଯେପରି ଘର ଠାରୁ ଦୂରରେ ଥାଇ ମଧ୍ୟ ନିଜର ଭୋଟ୍‌ ଦେଇପାରିବେ ସେଥିପ୍ରତି ସରକାର ବ୍ୟବସ୍ଥା କରିଛନ୍ତି।

ଏହା ଅନୁସାରେ ସରକାରଙ୍କ ପକ୍ଷରୁ ଏଥର ପୋଷ୍ଟାଲ ବାଲଟ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାଦ୍ବାରା ସୁରକ୍ଷାକର୍ମୀ ନିଜ ଭୋଟ୍‌ ପୋଷ୍ଟ ମାଧ୍ୟମରେ ନିଜ ଅଞ୍ଚଳକୁ ପଠାଇପାରିବେ। ନିର୍ବାଚନ ସୁରକ୍ଷା ଦାୟିତ୍ବରେ କେରଳରେ ଏବେ ଦେଶର ବିଭିନ୍ନ ଅଞ୍ଚଳରୁ ସୁରକ୍ଷାକର୍ମୀ ଆସି ପହଞ୍ଚିଛନ୍ତି । ତେବେ ଆସନ୍ତାକାଲି ନିର୍ବାଚନ ଥିବାବେଳେ ସେମାନେ ଆଜି ପୋଷ୍ଟାଲ ବାଲଟ୍‌ ମାଧ୍ୟମରେ ଭୋଟ୍‌ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ସାମିଲ ଥିଲେ। ଏଥିପାଇଁ କୋଏମ୍ବାଟୁରରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିଲା।

ବାଲାଟ୍‌ରେ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ପୋଷ୍ଟ ଭିତରେ ପୋଲିଂ ଅଫିସରଙ୍କୁ ପ୍ରଦାନ କରିଛନ୍ତି ପୋଲିସ ଓ ଯବାନ । ଏମାନଙ୍କ ଭୋଟ୍‌କୁ ପୋଷ୍ଟାଲରେ ସରକାର ସେମାନଙ୍କ ପ୍ରକୃତ ଘର ଥିବା ଅଞ୍ଚଳକୁ ପଠାଇଛନ୍ତି । ଏହା ଯେପରି ସୁରୁଖୁରୁରେ ପହଞ୍ଚିବ ଏବଂ ସେଥିରେ ଯେପରି କୌଣସି ସମସ୍ୟା ନଉପୁଜେ ସେଥିପ୍ରତି ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । କୋଏମ୍ବାଟୁରରେ ଏହି ଭୋଟ୍‌ ଦେବା ପରେ ସୁରକ୍ଷାକର୍ମୀ ଖୁସି ପ୍ରକଟ କରିଛନ୍ତି । ସରକାରଙ୍କୁ ସେମାନେ ଧନ୍ୟବାଦ ଦେବା ସହ ନିଜ ମନପସନ୍ଦର ପ୍ରାର୍ଥୀ ବାଛିପାରିଥିବାରୁ ଆନନ୍ଦିତ ବୋଲି କହିଛନ୍ତି।

ABOUT THE AUTHOR

...view details