ନୂଆଦିଲ୍ଲୀ: ଇରାନ-ଆମେରିକା ମଧ୍ୟରେ ବଢୁଥିବା ତିକ୍ତତାର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି । ଆମେରିକା ଉପରେ ଇରାନର ବାରମ୍ବାର କାର୍ଯ୍ୟାନୁଷ୍ଠାନ ପରେ ଭାରତ ସ୍ଥିତ ଆମେରିକା ଏବଂ ଇସ୍ରାଏଲର ରାଷ୍ଟ୍ରଦୂତ, କୂଟନୀତିଜ୍ଞଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କ କାର୍ଯ୍ୟାଳୟ, ଦୂତାବାସ ଏବଂ ଅନ୍ୟ ଆବାସୀୟ କ୍ଷେତ୍ରର ସୁରକ୍ଷା ବୃଦ୍ଧି କରାଯାଇଛି ।
ଇରାନ-ଆମେରିକା ବିବାଦ: ଭାରତରେ ଆମେରିକା-ଇସ୍ରାଏଲ କୂଟନୀତିଜ୍ଞଙ୍କ ବଢିଲା ସୁରକ୍ଷା
ଆମେରିକା ଉପରେ ଇରାନର ବାରମ୍ବାର କାର୍ଯ୍ୟାନୁଷ୍ଠାନ ପରେ ଭାରତ ସ୍ଥିତ ଆମେରିକା ଏବଂ ଇସ୍ରାଏଲର ରାଷ୍ଟ୍ରଦୂତ, କୂଟନୀତିଜ୍ଞଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କ କାର୍ଯ୍ୟାଳୟ, ଦୂତାବାସ ଏବଂ ଅନ୍ୟ ଆବାସୀୟ କ୍ଷେତ୍ରର ସୁରକ୍ଷା ବୃଦ୍ଧି କରାଯାଇଛି ।
ଫାଇଲ ଫଟୋ
ତେବେ ଇରାନର ଟପ କମାଣ୍ଡରଙ୍କ ମୃତ୍ୟୁ ପରେ ପ୍ରତିଶୋଧ ପରାୟଣ ଇରାନ ଆମେରିକା ସହ ଇସ୍ରାଏଲର ରାଷ୍ଟ୍ରଦୂତଙ୍କୁ ମଧ୍ୟ କ୍ଷତି ପହଞ୍ଚାଇପାରେ ବୋଲି ବିଭିନ୍ନ ଗୁଇନ୍ଦା ସଂସ୍ଥା ଦ୍ବାରା ଆଶଙ୍କା ଦର୍ଶାଯାଇଛି । ତେଣୁ ଆମେରିକା ସହ ଇସ୍ରାଏଲର ରାଷ୍ଟ୍ରଦୂତ ସମେତ ବିଭିନ୍ନ ପଦାଧିକାରୀଙ୍କ ସୁରକ୍ଷା ମଧ୍ୟ କଡାକଡି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଇରାନର ଟପ କମାଣ୍ଡର ଜେନେରାଲ କଶିମ ସୁଲେମାନୀଙ୍କୁ ଆମେରିକା ନିହତ କରିବା ପରେ ଇରାନ ପ୍ରତିଶୋଧ ପରାୟଣ ହୋଇଛି । ଆମେରିକାକୁ ଟାର୍ଗେଟ କରି ବାରମ୍ବାର ସେ ମିସାଇଲ ମାଡ କରୁଛି ।