ଓଡିଶା

odisha

ETV Bharat / bharat

କୁଲଗାମରୁ ଆଇଇଡି ଠାବ, ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ - jammu police

ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଏକ ଆଇଇଡି(IED) ବିସ୍ଫୋରକକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ। କୁଲଗାମ ଜିଲ୍ଲା ସୁରତ ଗ୍ରାମରେ ଏହି ଆଇଇଡି(IED) ବିସ୍ଫୋରକ ଖଞ୍ଜିଥିଲେ ଆତଙ୍କବାଦୀ। ଅଧିକ ପଢ଼ନ୍ତୁ...

କୁଲଗାମ ଜିଲ୍ଲାରେ ଏକ ଆଇଇଡି ବିସ୍ଫୋରକକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
କୁଲଗାମ ଜିଲ୍ଲାରେ ଏକ ଆଇଇଡି ବିସ୍ଫୋରକକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

By

Published : Nov 20, 2020, 11:00 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଏକ ଆଇଇଡି(IED) ବିସ୍ଫୋରକକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ। କୁଲଗାମ ଜିଲ୍ଲା ସୁରତ ଗ୍ରାମରେ ଏହି ଆଇଇଡି(IED) ବିସ୍ଫୋରକ ଖଞ୍ଜିଥିଲେ ଆତଙ୍କବାଦୀ। କୌଣସି କାରଣରୁ ସୁରକ୍ଷାକର୍ମୀଙ୍କୁ ସନ୍ଦେହ ହେବାକୁ ଏଠାରେ ଅପରେସନ ଚଳାଇଥିଲେ। ଅପରେସନ ବେଳେ ଏହି ବିସ୍ଫୋରକ ଜବତ ହୋଇଛି।

ସିଆରପିଏଫ ଯବାନ ଓ ଜମ୍ମୁ ଓ କାଶ୍ମୀର ପୋଲିସ ମିଳିତ ଭାବରେ ଏଠାରେ ସର୍ଚ୍ଚ ଅପେରେସନ ଜାରି ରଖିଥିଲେ। ଏହାପରେ ସୁରତ ଗ୍ରାମରେ ବିସ୍ଫୋରକ ଖଞ୍ଜା ଯାଇଥିବା ନେଇ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ସିଆରପିଏଫ ବୋମା ନିଷ୍କ୍ରିୟ ବିଭାଗ ପକ୍ଷରୁ ଏହି ଏହି ଆଇଇଡି(IED)କୁ ନିଷ୍କ୍ରିୟ କରାଯାଇଥିଲା।

ଏହାକୁ ନେଇ ସିଆରପିଏଫ(CRPF)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, "ସିଆରପିଏଫର ନବମ ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ ପୋଲିସ ମଳିତ ଭାବରେ ଏଠାରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା। ଯାଞ୍ଚ ବେଳେ ସୁରତ ଗାଁରେ ଆଇଇଡି ପୋତା ଯାଇଥିବା ସୂଚନା ମିଳିଥିଲା ଏହାପରେ ବୋମା ନିଷ୍କ୍ରିୟ ଦଳ ଏହାକୁ ଅକାମୀ କରିବାରେ ସକ୍ଷମ ହୋଇଛି। "

ଗୁରୁବାର ହୋଇଥିବା ନାଗ୍ରୋଟା ଏନକାଉଣ୍ଟର ପରେ ଏକ ବଡ଼ ଧରଣ ଆତଙ୍କୀ ଆକ୍ରମଣ ଆଶଙ୍କା କରାଯାଉଥିଲା। ଏହାପରେ ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିଲା। ନାଗ୍ରୋଟା ଏନକାଉଣ୍ଟରରେ 4 ଜଣ ଆତଙ୍କବାଦୀଙ୍କୁ ସଫା କରିଥିଲେ ସୁରକ୍ଷା କର୍ମୀ। ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details