ଓଡିଶା

odisha

ETV Bharat / bharat

ଘାଟିରେ ଜୈଶର 3 କାର ବୋମା ବିସ୍ଫୋରଣ ଷଡଯନ୍ତ୍ର, ହାଇ ଆଲର୍ଟ ଜାରି - bomb blast in Kashmir

କାଶ୍ମୀର ଉପତ୍ୟକାରେ ତିନିଟି କାର ବୋମା ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିଲା ଜୈଶ । କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନେ ସୁରକ୍ଷା ବାହିନୀକୁ ଏ ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି । ଏହି ତିନୋଟି ଆକ୍ରମଣ ମଧ୍ୟରୁ ଗୋଟିଏକୁ ସେନା ଗତ ସପ୍ତାହରେ ବିଫଳ କରିଦେଇଥିଲା । ଏବେ ଆଉ ଦୁଇଟି କାର ବିସ୍ପୋରଣ ନେଇ ସେନାକୁ ହାଇ ଆଲର୍ଟ ଜାରି କରାଯାଇଛି ।

Kashmir
Kashmir

By

Published : Jun 4, 2020, 8:47 PM IST

ଶ୍ରୀନଗର: କୋରୋନା କାଳରେ ଘାଟି ଅଶାନ୍ତି । ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଆତଙ୍କୀଙ୍କ ଉତ୍ପାତ ଉପତ୍ୟକାରେ ବଢିବାରେ ଲାଗିଛି । ଏପରିସ୍ଥଳେ ସେନା ମଧ୍ୟ ଆତଙ୍କୀ ନିପାତ ଅଭିଯାନରେ ପୂର୍ଣ୍ଣ ସଫଳତା ହାସଲ କରୁଛି । କାଶ୍ମୀର ଉପତ୍ୟକାରେ ତିନିଟି କାର ବୋମା ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିଲା ଜୈଶ । କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନେ ସୁରକ୍ଷା ବାହିନୀକୁ ଏ ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି । ଏହି ତିନୋଟି ଆକ୍ରମଣ ମଧ୍ୟରୁ ଗୋଟିଏକୁ ସେନା ଗତ ସପ୍ତାହରେ ବିଫଳ କରିଦେଇଥିଲା । ଏବେ ଆଉ ଦୁଇଟି କାର ବିସ୍ପୋରଣ ନେଇ ସେନାକୁ ହାଇ ଆଲର୍ଟ ଜାରି କରାଯାଇଛି ।

ଗୁଇନ୍ଦା ଏଜେନ୍ସି ଏହା ମଧ୍ୟ କହିଛନ୍ତି ଯେ ମେ 28 ରେ ପୁଲୱାମା-2ର ପୁନରାବୃତ୍ତି ବିଫଳ ହୋଇଥିଲା । ଏହି କାର ବିସ୍ଫୋରଣ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଯୋଜନା କରାଯାଇଥିବା ତିନୋଟି ଆକ୍ରମଣ ମଧ୍ୟରୁ ଅନ୍ୟତମ ଥିଲା । ତେଣୁ ଅନ୍ୟ ଦୁଇଟି ଆକ୍ରମଣକୁ ସଫଳ କରିବା ପାଇଁ ଆତଙ୍କୀ ସତର୍କ ଓ ସଜାଗ ରହିଛନ୍ତି ।

ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି ଯେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଏକ ଦଳ ନାଗାମ, ଶ୍ରୀନଗର ଏବଂ କୁଲଗାମରେ ସୁରକ୍ଷା ବାହିନୀ ଉପରେ ପୁଲୱାମା ଭଳି କାର କିମ୍ବା ଯାନକୁ ଆଧାର କରି IED ଆକ୍ରମଣ କରିବାର ସମ୍ଭାବନା ରହିଛି ।

ଏଜେନ୍ସିମାନେ ସୁରକ୍ଷା ବାହିନୀକୁ ଆହୁରି ସଚେତନ କରାଇଛନ୍ତି ଯେ , ଅଜ୍ଞାତ ଆତଙ୍କୀଙ୍କ ଏକ ଦଳ ଶୋପିଆନରେ ଜମ୍ମୁ କାଶ୍ମୀର ପୋଲିସକୁ ଅପହରଣ କରିବାକୁ ଯୋଜନା କରୁଛନ୍ତି ।

ଜମ୍ମୁ କାଶ୍ମୀର ପୋଲିସ 28 ମେ ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିଲା । ପଚରାଉଚରା ବେଳେ ପୋଲିସ ଦକ୍ଷିଣ କାଶ୍ମୀର ଜିଲ୍ଲାରେ ପ୍ରାୟ 45 କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଥିବା ଏକ କାରକୁ ଜବତ କରି ଆତଙ୍କବାଦୀ ଯୋଜନାକୁ ବିଫଳ କରିଦେଇଥିଲେ ।

କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାର କହିଛନ୍ତି ଯେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ଯୋଜନା ସମ୍ପର୍କରେ ଗୁପ୍ତଚର ସୂଚନା ରହିଛି, ଯାହା ଗତ ବର୍ଷ ଫେବୃଆରୀ 14 ରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଭଳି ଆକ୍ରମଣ ହୋଇପାରେ ।

ଘାଟିରେ ମେ 28ରେ ପୁଲୱାମା-2ର ଷଡଯନ୍ତ୍ରକାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଚିହ୍ନଟ କରିଥିଲେ ଏବଂ ଜୁନ୍ 3 ରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟର ବେଳେ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା।

ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର କାଙ୍ଗନ ଗ୍ରାମରେ ବୁଧବାର ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ତିନି ଜଣ ଜୈଶ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିମଧ୍ୟରେ ଟପ୍ କମାଣ୍ଡର ଅବଦୁଲ ରହମାନ(ଫୌଜି ଭାଇ) ଅନ୍ତର୍ଭୁକ୍ତ ଥିଲା | ଫୌଜି ଭାଇ ପାକିସ୍ତାନର ମୁଲତାନର ବାସିନ୍ଦା ଥିଲେ ଏବଂ ଜୈଶର ବୋମା ବିଶେଷଜ୍ଞ ଥିଲା । ପୁଲୱାମା ଆକ୍ରମଣ ପଛରେ ଫୌଜି ଭାଇର ହାତ ଥିବା ଜଣାଯାଇଥିଲା ।

@ IANS

ABOUT THE AUTHOR

...view details