ହାଇଦ୍ରାବାଦ: ଚଳିତ ମାସ ଆରମ୍ଭରେ 500 ବର୍ଷ ବିବାଦର ସମାଧାନ କରି ଐତିହାସିକ ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏହି ରାୟ ଆସିବା ପରେ ଜନତାଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ରାୟ ଆସିବା ପରେ ଦେଶରେ ଧର୍ମନିରପେକ୍ଷତାର ଶକ୍ତି ବୃଦ୍ଧି ପାଇବ । ଅବିଶ୍ବାସ ଏବଂ ଅନ୍ଧବିଶ୍ବାସରେ ଭର୍ତ୍ତି ବିଗତ ତିନି ଦଶନ୍ଧିର ଇତିହାସରେ କଣ ପରିବର୍ତ୍ତନ ଆସିବ । ପରବର୍ତ୍ତୀ ସମୟରେ ବିଭିନ୍ନ ରାଜନୈତିକ ଦଳ ଏବଂ ସଂଗଠନ ଧାର୍ମିକ ସ୍ଥଳର ବିବାଦ ସମ୍ପର୍କରେ ହସ୍ତକ୍ଷେପ ନକରି ପରିବର୍ତ୍ତନ କରିପାରିବେ । ଏଭଳି ଅନେକ ପ୍ରଶ୍ନ ଭାରତୀୟ ଜନତାଙ୍କ ମନରେ ସୃଷ୍ଟି ହେବା ସ୍ବାଭାବିକ । କାରଣ ରାୟ ଆସିବା ପରେ ଦେଶରେ କୌଣସି ଠାରେ ମଧ୍ୟ ଅପ୍ରିତିକର ପରିସ୍ଥିତି ଆସିନାହିଁ ।
ସୁପ୍ରିମକୋର୍ଟ ତାଙ୍କର 1110 ପୃଷ୍ଠା ସମ୍ବଳିତ ଶୁଣାଣି ପତ୍ରରେ ଧର୍ମନିରପେକ୍ଷତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏଥିରେ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ । ଭବିଷ୍ୟତରେ ଧାର୍ମିକ ସ୍ଥଳକୁ ନେଇ ଯେପରି କୌଣସି ପ୍ରକାର ବିବାଦ ନହୁଏ ସେଥିପାଇଁ ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ।
ସେହିଭଳି ସୁପ୍ରିମକୋର୍ଟ ବାବ୍ରି ମସଜିଦ ଭଙ୍ଗା ଘଟଣାକୁ ଆଇନ ଉଲ୍ଲଂଘନ ଭାବେ ଘୋଷଣା କରିଥିଲେ । ଏହି ଘଟଣା ଦର୍ଶାଉଛି ଯେ, ମୁସଲିମଙ୍କୁ ସେମାନଙ୍କ ପୂଜାସ୍ଥଳରୁ ହଟାଇ ଦିଆଯାଇଥିଲା ଯାହାର ନିର୍ମାଣ 450 ବର୍ଷ ପୂର୍ବରୁ ହୋଇଥିଲା । ତେବେ ଏଭଳି କାର୍ଯ୍ୟ ଏହି ମାମଲା ଦୀର୍ଘ 500 ବର୍ଷ ପର୍ଯ୍ୟନ୍ତ ଲମ୍ବିଥିଲା । କୋର୍ଟ ଆହୁରି ମଧ୍ୟ କହିଥିଲେ କି, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠି ସବୁ ଧର୍ମର ସବୁ ବର୍ଗର ଲୋକମାନଙ୍କ ପାଇଁ ସମାନ ନ୍ୟାୟର ବ୍ୟବସ୍ଥା ରହିଛି । ଏହା ସହିତ ସୁପ୍ରିମକୋର୍ଟ କହିଥିଲେ କି, ଯେପର୍ଯ୍ୟନ୍ତ ମସଜିଦ ନିର୍ମାଣ କରିବାକୁ ଏକ ଜମି ପ୍ରଦାନ କରାନଯାଇଛି, ସେ ପର୍ଯ୍ୟନ୍ତ ମୁସଲିମଙ୍କ ପ୍ରତି ନ୍ୟାୟ ପ୍ରଦାନ କରାଯାଇ ପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ତେବେ ଦେଶର କିଛି ଗୋଷ୍ଠୀ ଦାବି କରୁଛନ୍ତି କି, ଏହି ପରମ୍ପରା ପଶ୍ଚିମାଞ୍ଚଳରୁ ଦେଶ ମଧ୍ୟକୁ ଅଣାଯାଇଛି । 1920 ଦଶକରୁ ଯେଉଁ ଲୋକମାନେ ସେମାନଙ୍କ ରାଷ୍ଟ୍ରକୁ ଫେରିନାହାନ୍ତି ସେମାନେ ଏହିଠାରେ ରହି ସେମାନଙ୍କ ଧର୍ମ ଅନୁଯାୟୀ ଏହି ପୂଜାର୍ଚ୍ଚନା କରିଆସୁଛନ୍ତି । ତେବେ ସେମାନଙ୍କର ଧର୍ମକୁ ଆମ ଦେଶ ମଧ୍ୟରେ କିପରି ସ୍ଥାନ ଦିଆଯିବ ବୋଲି ଉକ୍ତ ଗୋଷ୍ଠୀର ସଦସ୍ୟମାନେ ଦାବି କରୁଛନ୍ତି ।
ତେବେ ବିଗତ 3 ଦଶନ୍ଧିରୁ ଉକ୍ତ ବିବାଦର ବିଚାର ମଝଭୁତ ହୋଇଛି । କିଛି ଲୋକଙ୍କ କହିବା କଥା ହେଉଛି କି, ସମ୍ବିଧାନ ଅନୁସାରେ ରହିବା ପର୍ଯ୍ୟାପ୍ତ ସୁବିଧା ନୁହେଁ । ଏଭଳି ସ୍ଥଳେ ବୁଦ୍ଧିଜୀବୀମାନଙ୍କ ସଂଖ୍ୟା କିଛି କମ ନାହିଁ । ନିଜର ପିଢି ଓ ପରମ୍ପରାଗତ ସଂସ୍କୃତି ଠାରୁ ପ୍ରେରଣା ପାଇ କେହି ନିଜର ଜାତୀୟତାବାଦକୁ ପ୍ରମାଣିତ କରିପାରିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ନିଜର ଯୁକ୍ତି ରଖିଛନ୍ତି ।
ତେବେ ସେ ଯାହାବି ହେଉ ରାମଜନ୍ମଭୂମି ଏବଂ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ଧର୍ମନିରପେକ୍ଷତା ଉପରେ ବ୍ୟାପକ ଚର୍ଚ୍ଚା ହୋଇଛି । ଏହି ଧର୍ମନିରେପକ୍ଷତା ଶବ୍ଦଟି ବର୍ତ୍ତମାନ ସମୟରେ ରାଜନୈତିକ ସ୍ତରରେ ବେଶ ଖ୍ୟାତି ଲାଭ କରିଛି । ତେବେ ସୁପ୍ରିମକୋର୍ଟ ତାଙ୍କ ରାୟରେ କିଛି ସ୍ଥାନରେ ସ୍ପଷ୍ଟ କରିଛନ୍ତି କି, ଏହି 1500 ଗଜର ବିବାଦୀୟ ଜମିର ସମାଧାନ ପାଇଁ କେବଳ ବିଶ୍ବାସକୁ ଆଧାର କରାଯାଇ ପାରିବ ନାହିଁ । ଏହି ରାୟ ଧର୍ମନିରପେକ୍ଷତା ଏବଂ ପ୍ରମାଣକୁ ଆଧାର କରି ଦିଆଯାଇଛି ।
ଏହି ମନ୍ଦିର-ମସଜିଦ ଯେ କେବଳ ଦେଶର ରାଜନୈତିକ ସ୍ତରରେ ପ୍ରଭାବ ପକାଇନାହିଁ, ବରଂ ସମଗ୍ର ଧର୍ମନିରପେକ୍ଷତାକୁ ମଧ୍ୟ ବେଶ ପ୍ରଭାବିତ କରିଛି । ଏହାକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ଧର୍ମନିରପେକ୍ଷତାକୁ ବିଶେଷ ଭାବେ ଅଧ୍ୟୟନ କରିଥିଲେ । ଏହା ପରେ ଏହାକୁ ନେଇ ସ୍ପଷ୍ଟୀକରଣ ମଧ୍ୟ ରଖିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଧର୍ମନିରପେକ୍ଷତା କାହାର ବ୍ୟକ୍ତିଗତ ପସନ୍ଦ ବା ଚିନ୍ତାଧାରା ନୁହେଁ । ଏହା ଏକ ଧର୍ମ ସହିଷ୍ଣୁତା ଚିନ୍ତାଧାରା ଏବଂ ସାମ୍ବିଧାନିକ ଢାଞ୍ଚାର ଏକ ଅବିଛେଦ୍ୟ ଅଙ୍ଗ । ଏନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ନ୍ୟାୟପାଳିକା ସରକାର ଏବଂ ନାଗରିକମାନଙ୍କୁ ଧର୍ମନିରପେକ୍ଷତାକୁ ପାଳନ କରିବାର ଆବଶ୍ୟକ ରହିଛି ।
ବୋମାଇ ମାମଲାର ଶୁଣାଣି ସମୟରେ 9 ଜଣିଆ ଖଣ୍ଡପୀଠ ନ୍ୟାୟଧୀଶ ପ୍ୟାନେଲରେ ସାମିଲ ଥିଲେ । ନ୍ୟାୟମୂର୍ତ୍ତୀ ଜୀବନ ରେଡ୍ଡୀ ଧର୍ମନିରପେକ୍ଷତାର ସ୍ବତନ୍ତ୍ର ତଥା ସ୍ପଷ୍ଟ ପରିଭାଷା ଦେଇଛନ୍ତି । ସେ କହିଛନ୍ତି କି, ଧାର୍ମିକ ସଂଘର୍ଷକୁ ଧର୍ମନିରପେକ୍ଷ ରୁପେ ଗଣାଯାଇନଥାଏ । ଅଯୋଧ୍ୟା ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜୀବନ ରେଡ୍ଡୀଙ୍କ ଏହି ସଂଜ୍ଞାକୁ ମନେପକାଇବା ସହିତ ଧର୍ମନିରପେକ୍ଷତା ସର୍ବୋଚ୍ଚ ଲକ୍ଷ୍ୟ ହେବା ଜରୁରୀ ଏବଂ ଏହା ଭାରତୀୟ ସମ୍ବିଧାନର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସୁପ୍ରିମକୋର୍ଟ କହିଥିଲେ ।
ତେବେ ଭବିଷ୍ୟତରେ ଏଭଳି ବିବାଦ ଯେପରି ନ ଉପୂଜେ ସେଥିପ୍ରତି ସେ ସମ୍ବିଧାନର ଅଧିନିୟମ ଧାରା 1991କୁ ବାରମ୍ବାର ମନେ ପକାଇଛନ୍ତି ସୁପ୍ରିମକୋର୍ଟ । ସ୍ବାଧୀନ ଭାରତ ଅର୍ଥାତ 1947 ଅଗଷ୍ଟ 15 ପରେ ଧାର୍ମିକ ସ୍ଥଳର ମାନ୍ୟତା ପାଇଥିବା ସ୍ଥଳଗୁଡ଼ିକ ସୁରକ୍ଷା ପାଇଁ ଏହି ନିୟମ ଲାଗୁ କରାଯାଇଥିଲା । ଯଦି କେହି ଏହି ନିୟମର ଉଲ୍ଲଂଘନ କରେ, ତେବେ ଏହି ନିୟମ ଆଧାରରେ ତାଙ୍କୁ ଅପରାଧୀ ଭାବେ ପରିଗଣିତ କରାଯିବ ଏବଂ ଦଣ୍ଡିତ ମଧ୍ୟ କରାଯିବାର ବ୍ୟବସ୍ଥା ରହିଛି ।
ଏପରିକି କୌଣସି ପ୍ରକାର ପୂଜାସ୍ଥଳକୁ ପରିବର୍ତ୍ତନ କରାଯିବାର ପ୍ରସ୍ତାବକୁ ମଧ୍ୟ ଖାରଜ କରିପାରେ ଏହି ଧାରା । ତେବେ ଅଯୋଧ୍ୟା ମାମଲାକୁ ଏହି ନିୟମ ଆଧାରରେ ମୁକ୍ତି ପାଇଥିବା ନେଇ ଜଣାପଡ଼ିଛି । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ଧର୍ମନିରପେକ୍ଷତାର ସଂରକ୍ଷଣ ପାଇଁ ଏହି ନିୟମକୁ ଲାଗୁ କରାଯାଉଥିବା ନେଇ ସେ ସୂଚନା ଦେଇଥିଲେ । ତେବେ ଏହାକୁ କାହାର ମଧ୍ୟ ଉଲ୍ଲଂଘନ କରିବାର ଅଧିକାର ନାହିଁ ବୋଲି ସେ ସୂଚନା ଦେଇଥିଲେ । ଯଦି କେହି ଏହାର ଉଲ୍ଲଂଘନ କରୁଛି ବା କୌଣସି ପୂଜାସ୍ଥଳ ଉପରେ ଆକ୍ରମଣ କରୁଛି, ସେଥିପାଇଁ ସେ ଦଣ୍ଡିତ ହେବାର ପ୍ରାବଧାନ ମଧ୍ୟ ରହିଛି ।
ତେବେ ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି କି, ବିଶ୍ବାସ ଏବଂ ଅବିଶ୍ବାସ ଜନବହୁଳ ରାଷ୍ଟ୍ର ମଧ୍ୟରେ କେବଳ ସ୍ବଳ୍ପ ସଂଖ୍ୟକ ଗୋଷ୍ଠୀଙ୍କ ଚିନ୍ତାଧାରା । ଏହାକୁ ଆଧାର କରି କୌଣସି ସାମୁହିକ ସ୍ବାର୍ଥ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି କି ଆଇନ ଏବଂ ନିର୍ଦ୍ଦେଶକୁ ଗଭୀର ଭାବେ ଅନୁଧ୍ୟାନ କରିବା ପରେ ଏହି ନିଷ୍କର୍ସରେ ପହଞ୍ଚିଛୁ ।
ତେବେ ମୁସଲିମ ଲିଗର ଓକିଲଙ୍କ ବ୍ୟତୀତ ଅନେକ ସଂଗଠନ ଓ ବୁଦ୍ଧିଜୀବୀ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି କି, ବିଶ୍ବାସ ଏବଂ ଅବିଶ୍ବାସକୁ ଆଧାର କରି ନିଷ୍ପତ୍ତି ନ ନିଅନ୍ତୁ । ଏଭଳି ଅନୁରୋଧକୁ ଧ୍ୟାନରେ ରଖି ଖଣ୍ଡପୀଠ ଶୁଣାଣିକୁ ଆଗେଇଥିଲେ ଏବଂ ଯାହା ସମ୍ଭବ ତାକୁ ରାୟରେ ସ୍ଥାନିତ କରିଥିଲେ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏହି ଶୁଣାଣି ସମୟରେ ବାବ୍ରି ମସଜିଦର ଅବସ୍ଥିତିକୁ ଖାରଜ କରି ନଥିଲେ କିମ୍ବା 1949 ଡିସେମ୍ବରରେ ଭଗବାନ ରାମଙ୍କ ପୂଜା ହେଉଥିବା ଯୁକ୍ତିକୁ ଏଡ଼ାଇ ଯାଇନଥିଲେ । 1949 ମସିହା ଡିସେମ୍ବର 16 ତାରିଖ ପର୍ଯ୍ୟନ୍ତ ସେଠାରେ ମୁସଲିମମାନେ ପ୍ରାର୍ଥନା କରୁଥିବା ଯୁକ୍ତି ସହ ସହମତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ ନିଜ ରାୟରେ ଉଲ୍ଲେଖ କରିଥିଲେ ଯେ, ହିନ୍ଦୁ ଦେବାଦେବୀଙ୍କୁ ସେଠାରେ ରଖାଯିବା ପରେ ହିଁ ମୁସଲିମମାନଙ୍କ ପୂଜାର୍ଚ୍ଚନା ବନ୍ଦ ହୋଇଯାଇଥିଲା । ମାତ୍ର 1857 ପର୍ଯ୍ୟନ୍ତ ଏହି ସ୍ଥାନ ମୁସଲିମଙ୍କ ଅଧିନରେ ଥିଲା ବୋଲି ମୁସଲିମ ପକ୍ଷ ସାବ୍ୟସ୍ତ କରିବାରେ ବିଫଳ ହୋଇଥିଲେ । 1856 ବେଳକୁ ଏହି ସ୍ଥାନ ବ୍ରିଟିଶ ଶାସନ ଅଧିନକୁ ଆସି ସାରିଥିଲା । ସୁପ୍ରିମକୋର୍ଟ କହିଥିଲେ କି, 1857 ମସିହା ପୂର୍ବରୁ ସେଠାରେ ହିନ୍ଦୁମାନଙ୍କ ଦ୍ବାରା କରାଯାଉଥିବା ନେଇ ପ୍ରମାଣ ମଧ୍ୟ ରହିଛି । ହିନ୍ଦୁ-ମୁସଲିମ ସଂଘର୍ଷକୁ ରୋକିବା ଦିଗରେ ତତ୍କାଳୀନ ବ୍ରିଟିଶ ଅଧିକାରୀମାନେ ସେଠାରେ ଏକ ପାଚେରୀ ମଧ୍ୟ ନିର୍ମାଣ କରିଥିଲେ । ଏହା ସତ୍ତ୍ବେ ମଧ୍ୟ ହିନ୍ଦୁମାନେ ପୁରା ଅଞ୍ଚଳକୁ ରାମଜନ୍ମଭୂମି ଭାବେ ପରିଗଣିତ କରିନଥିଲେ । ଅନ୍ୟ ସ୍ଥାନରେ ମଧ୍ୟ ହିନ୍ଦୁମାନେ ପ୍ରାର୍ଥନା କରିବା ଆରମ୍ଭ କରିଦେଇଥିଲେ । ତେବେ ହିନ୍ଦୁମାନେ ଏହା ମଧ୍ୟ ଚିନ୍ତା ମଧ୍ୟ କରିଥିଲେ କି, ମୁଖ୍ୟ ଗମ୍ବୂଜ ମନ୍ଦିରର ଗର୍ଭଗୃହ ଥିଲା ଏବଂ ସେଠାକୁ ଯିବା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ତେବେ 1877 ମସିହାରେ ସେଠାରେ ହିନ୍ଦୁମାନଙ୍କ ଦାବି ମୁତାବକ ସେଠାରେ ଅନ୍ୟ ଅଂଶରେ ପ୍ରବେଶ ଦ୍ବାର ନିର୍ମାଣ କରାଯାଇଥିଲା । ରାମନବମୀ ଏବଂ କୃତିକା ପୂର୍ଣ୍ଣମୀ ସମୟରେ ବହୁଳ ସଂଖ୍ୟାରେ ରାମ ଭକ୍ତମାନେ ଏକଜୁଟ ହେଉଥିଲେ ।
ତେବେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ ଦେଇଥିବା ରିପୋର୍ଟରେ ଦର୍ଶାଯାଇଥିଲା କି, ଦ୍ବାଦଶ ଶତାବ୍ଦୀ ବେଳକୁ ହିନ୍ଦୁ ଧର୍ମର ଉପସ୍ଥିତି ରହିଥିଲା । ମସଜିଦର ଖମ୍ବ ନିକଟରେ ରାମଲଲ୍ଲାଙ୍କ ପୂଜାର୍ଚ୍ଚନା ସମ୍ପର୍କରେ ପ୍ରମାଣ ମିଳିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା । ତେବେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗର ରିପୋର୍ଟକୁ ଅନୁଧ୍ୟାନ କରି ସୁପ୍ରିମକୋର୍ଟ ଅନେକ ପ୍ରମୁଖ କାରଣଗୁଡ଼ିକ ଉପରେ ଆଲୋକପାତ କରିଥିଲେ ସୁପ୍ରିମକୋର୍ଟ ।
ପ୍ରତ୍ନତାତ୍ତ୍ବିକ ବିଭାଗ ଦେଇଥିବା ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ଉକ୍ତ ମସଜିଦ ତଳେ ହିନ୍ଦୁ ମନ୍ଦିରର କଳାକୃତି ଥିବା ଦେଖିବାକୁ ମିଳିଥିଲା । ମାତ୍ର ଉକ୍ତ ମନ୍ଦିରକୁ କାହିଁକି ଭଙ୍ଗା ଯାଇଥିଲା ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ମସଜିଦ ନିର୍ମାଣ ପାଇଁ ତାହା ଭଙ୍ଗା ଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ପ୍ରତ୍ନତାତ୍ତ୍ବିକ ବିଭାଗ କହିଛି ଯେ ଉକ୍ତ ମନ୍ଦିରଟି ଦ୍ବାଦଶ ଶତାବ୍ଦୀର ହୋଇଥିବା ବେଳେ ମସଜିଦ ଷୋଡ଼ଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରିଛି ପ୍ରତ୍ନତାତ୍ତ୍ବିକ ବିଭାଗ । ଏହା ମଧ୍ୟରେ 4ଟି ଶତାବ୍ଦୀର ସମୟସୀମାର ବ୍ୟବଧାନ ରହିଛି ।
ତେବେ ଉକ୍ତ 400 ବର୍ଷ ମଧ୍ୟରେ ଘଟିଥିବା ଘଟଣା ସମ୍ପର୍କରେ କୌଣସି ତଥ୍ୟ ପ୍ରସ୍ତୁତ କରାଯାଇ ନଥିବା ଜଣାପଡ଼ିଛି । ଏପରିକି ଏହି ମସଜିଦରେ ହିନ୍ଦୁ ଧର୍ମର କଳାକୃତି ବ୍ୟବହାର ନେଇ କୌଣସି ସୂଚନା ମଧ୍ୟ ରହିଥିବା ନେଇ କୌଣସି ସୂଚନା ମିଳିପାରିନାହିଁ । ରିପୋର୍ଟରେ କୁହାଯାଇଛି ଯେ, ମସଜିଦ ନିର୍ମାଣରେ କଳା ରଙ୍ଗର ପଥରର ବ୍ୟବହାର କରାଯାଇଥିଲା । ମାତ୍ର ଏହି ପଥର ହିନ୍ଦୁ ମନ୍ଦିରର ନା ଆଉ କାହାର ବୋଲି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା ।
ତେବେ ସର୍ବମୋଟ 1857 ମସିହା ପୂର୍ବରୁ ହିନ୍ଦୁ ମାନଙ୍କ ଦ୍ବାରା କରାଯାଉଥିବା ପୂଜାର ପ୍ରମାଣ ଏବଂ ଉଦାହରଣକୁ ଧ୍ୟାନରେ ରଖିଥିଲେ । ଯେଉଁଥିରେ ଏଠାରେ ରାମଜନ୍ମଭୂମି ଥିବା ପ୍ରମାଣ ହୋଇଥିଲା ଏବଂ ନିଜର ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଅପରପକ୍ଷରେ ମୁସଲମାନଙ୍କୁ ଭାବନାରେ ଆଘାତ ପହଞ୍ଚାଇବାକୁ ଚାହିଁନଥିଲେ ସୁପ୍ରିମକୋର୍ଟ । ତାଙ୍କ ରିପୋର୍ଟରେ ମୁସଲମାନଙ୍କ ସହିତ ହୋଇଥିବା ଅନ୍ୟାୟକୁ ମଧ୍ୟ ଉଲ୍ଲେଖ କରିଥିଲେ । ମସଜିଦ ଭଙ୍ଗା ଯିବା ଘଟଣାରେ ଦିଆଯାଇଥିବା ବୟାନ ଏହାର ବଡ଼ ଉଦାହରଣ ।
ଯଦି ସରକାର ଧର୍ମନିରପେକ୍ଷତା ପାଳନ କରୁଛନ୍ତି ଏବଂ ଧର୍ମସ୍ଥଳୀର ସୁରକ୍ଷା ପାଇଁ ଧାରା 1991 ଗଠନ କରିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଥିଲେ ଯେ ଆଗାମୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକତନ୍ତ୍ରର ସ୍ଥାୟିତ୍ବ ବଜାୟ ରହିବ ଏବଂ ବିଗତ ଦିନରେ ଘଟିଥିବା ସମସ୍ତ ଘୃଣା ଭାବନାର ଲୋପ ହେବ ।