ଗୌହାଟୀ: ପ୍ରଥମେ ଲୋକସଭା । ପରେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାସ୍ ହେବା ପରେ ଆସାମର ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଆସାମର ରାଜଧାନୀରେ ବର୍ତ୍ତମାନ144 ଧାରା ଜାରି କରାଯାଇଛି । ସେନା ମୁତୟନ ହେବା ସହ ସମସ୍ତ ସ୍କୁଲ, କଲେଜ ବନ୍ଦ ହୋଇଛି । ଅନ୍ୟପକ୍ଷେ ଇଣ୍ଟରନେଟ ସେବାକୁ 10ଟି ଜିଲ୍ଲାରେ ବନ୍ଦ କରାଯାଇଛି । ଆସାମର ଅନେକ ଛାତ୍ର ସଂଗଠନ ଏହି ବିଲ ବିରୋଧରେ ପୋଡାଜଳା କରିବା ସହ ଭଙ୍ଗାରୁଜା କରୁଛନ୍ତି ।
ନାଗରିକତା ସଂଶୋଧନ ବିଲକୁ ବିରୋଧ: ଆସାମରେ 144 ଧାରା ଜାରି
ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାସ୍ ହେବା ପରେ ଆସାମର ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଆସାମର ରାଜଧାନୀ ବର୍ତ୍ତମାନ କର୍ଫ୍ୟୁରେ ଓ 144 ଧାରା ଜାରି କରାଯାଇଛି।
ଆସାମରେ 144 ଧାରା
ଅନ୍ୟପକ୍ଷେ ରାଜ୍ୟରେ ଏଭଳି ପରିସ୍ଥିତିକୁ ଦେଖି ପୋଲିସ ଲାଠିଚାର୍ଜ କରିବା ସହ ଫାଙ୍କା ଗୁଳି ଚାଳନ କରିଥିଲା । ପୋଲିସର ଏହି ପଦକ୍ଷେପରେ ଅନେକ ଲୋକ ଆହାତ ହୋଇଛନ୍ତି । ସେନା ଦ୍ବାରା ଫ୍ଲାଗ୍ ମାର୍ଚିଂ କରାଯାଉଛି ।
Last Updated : Dec 12, 2019, 4:06 PM IST