ନୂଆଦିଲ୍ଲୀ: ଧାରା 370 ହଟିଲା ପରେ ଧିରେ ଧିରେ ସ୍ବାଭାବିକ ହେଉଛି ଜମ୍ମୁ ସ୍ଥିତି । ଆଜି ଜମ୍ମୁ ଜିଲ୍ଲାପାଳ ସୁଷମା ଚୌହାନ ଜମ୍ମୁ ମୁନିସପାଲଟି ଏରିଆରୁ ଧାରା 144 ହଟାଇଛନ୍ତି । ଏହା ସହିତ ଆସନ୍ତାକାଲି ସମସ୍ତ ସ୍କୁଲ ଏବଂ କଲେଜ ଖୋଲିବ ବୋଲି ସୂଚନା ଦେଇଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜମ୍ମୁରୁ ହଟିଲା 144, କାଲି ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ - ଜାମ୍ମୁସ୍ବାଭାବିକ ହେଲା ଜମ୍ମୁ ସ୍ଥିତି
ସ୍ବାଭାବିକ ହେଲା ଜମ୍ମୁ ସ୍ଥିତି । ଉଠିଲା 144 ଧାରା । ଆସନ୍ତାକାଲି ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ ।
ଫାଇଲ ଫଟୋ
ପ୍ରକାଶ ଯେ, ଗତ 5 ତାରିଖରୁ ଜିଲ୍ଲାରେ ଧାରା 144 ଜାରି ହେବା ସହିତ ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦ ରହିଥିଲା । ତେବେ ଧାରା 144 ଜାରି ହେବା ପରେ ଏଠିକାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ସଂପୂର୍ଣ୍ଣ ରୂପେ ବନ୍ଦ ରହିଥିଲା ।