ଭୋପାଲ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫଟୋ ବ୍ୟବହାର କରି MGNREGA କାର୍ଯ୍ୟରେ ଦୁର୍ନୀତି । ଏହି ମାମଲାରେ ଉକ୍ତ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ କର୍ମଚାରୀଙ୍କ ନିଲମ୍ବନ କରିବା ସହ ସହାୟକ କର୍ମଚାରୀଙ୍କୁ ମଧ୍ୟ ବରଖାସ୍ତ କରାଯାଇଛି । ମଧ୍ୟପ୍ରଦେଶର ଝିର୍ନିଆ ବିକାଶ ବ୍ଲକର ପିପାଲଖେଡା ନାକା ଗ୍ରାମ ପଞ୍ଚାୟତରୁ ଏହି ଘଟଣା ସାମ୍ନାକୁ ଆସିଛି।
ବଲିଉଡ ଅଭିନେତ୍ରୀ ଦୀପିକାଙ୍କ ଫଟୋ MGNREGA ଜବ କାର୍ଡରେ ରଖାଯାଇଥିଲା । ପଞ୍ଚାୟତ କର୍ମଚାରୀ ଏବଂ ସହକାରୀ କର୍ମଚୀର ଚାଲାକ କରି ଠକାମି କରୁଥିଲେ। ଯେତେବେଳେ ଏହି ଘଟଣାର ଅଭିଯୋଗ କରାଯାଇଥିଲା । ଏହା ପରେ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ସମୟରେ ଫିଲ୍ମ ଅଭିନେତ୍ରୀଙ୍କ ଫଟୋ ବ୍ୟବହାର କରି ଅନିୟମିତତା କରାଯାଇଥିବା ଧରାପଡିଥିଲା ।