ଓଡିଶା

odisha

ETV Bharat / bharat

ଭାରତୀୟ ରେଳ ସେବାରେ ବିରଳ ରେକର୍ଡ, ଗଡିଲା ଟ୍ରିପଲ ଲଙ୍ଗ୍‌ ହଲ୍‌ ରେକ

ଭାରତୀୟ ରେଳ ସେବାରେ ନୂତନ ଅଧ୍ୟାୟ ଯୋଡିଛି ଦକ୍ଷିଣ-ପୂର୍ବ ମଧ୍ୟ ରେଳବାଇର ବିଳାସପୁର ଡିଭିଜନ । ପ୍ରଥମ ଥର ତିନୋଟି ମାଲବାହୀକୁ ଯୋଡି ଗୋଟିଏ ମାଲବାହୀ ଟ୍ରେନ ଆକାରରେ ବିଳାସପୁର ଡିଭିଜନର ଲଜକୁରା ଷ୍ଟେସନରୁ ଚକ୍ରଧରପୁର ଯାଏଁ ଗଡିଛି ଟ୍ରିପଲ ଲଙ୍ଗ ହଲ୍‌ ରେକ ବା ସୁପର ଆନାକୋଣ୍ଡା ।

By

Published : Jun 30, 2020, 9:32 PM IST

indian railway department, bilaspur railway division, railway service, train, tripple long haul wreck, goods train, ଭାରତୀୟ ରେଳ ବିଭାଗ, ବିଳାସପୁର ରେଳ ଡିଭିଜନ, ରେଳ ସେବା, ଟ୍ରେନ, ଟ୍ରିପଲ ଲଙ୍ଗ ହଲ୍‌ ରେକ, ମାଲଗାଡି
ଭାରତୀୟ ରେଳ ସେବାରେ ବିରଳ ରେକର୍ଡ, ଗଡିଲା ଟ୍ରିପଲ ଲଙ୍ଗ୍‌ ହଲ୍‌ ରେକ

ବିଳାସପୁର: ଭାରତୀୟ ରେଳ ସେବାରେ ନୂତନ ଅଧ୍ୟାୟ ଯୋଡିଛି ଦକ୍ଷିଣ-ପୂର୍ବ ମଧ୍ୟ ରେଳବାଇର ବିଳାସପୁର ଡିଭିଜନ । ପ୍ରଥମ ଥର ତିନୋଟି ମାଲବାହୀକୁ ଯୋଡି ଗୋଟିଏ ମାଲବାହୀ ଟ୍ରେନ ଆକାରରେ ବିଳାସପୁର ଡିଭିଜନର ଲଜକୁରା ଷ୍ଟେସନରୁ ଚକ୍ରଧରପୁର ଯାଏଁ ଗଡିଛି ଟ୍ରିପଲ ଲଙ୍ଗ ହଲ୍‌ ରେକ ବା ସୁପର ଆନାକୋଣ୍ଡା । ଏହି ପ୍ରକ୍ରିୟାରେ 15000 ଟନ୍‌ରୁ ଉର୍ଦ୍ଧ୍ବ ଲୋଡ ନେଇ 174ଟି ବଗିକୁ ଏକକାଳୀନ ରେଳଲାଇନରେ ଗଡାଯାଇଥିଲା ।

ଭାରତୀୟ ରେଳ ସେବାରେ ବିରଳ ରେକର୍ଡ, ଗଡିଲା ଟ୍ରିପଲ ଲଙ୍ଗ୍‌ ହଲ୍‌ ରେକ

ସୂଚନା ମୁତାବକ ଏହି ଟ୍ରିପଲ ଲଙ୍ଗ ହଲ୍‌ ରେକକୁ ଜଣେ ଲୋକୋ ପାଇଲଟ୍‌, ଜଣେ ସହାୟକ ଲୋକୋ ପାଇଲଟ୍‌ ଓ ଗୋଟିଏ ଇଞ୍ଜିନ ସହାୟତାରେ ପରିଚାଳିତ କରାଯାଇଥିଲା । ଭାରତୀୟ ରେଳ ବିଭାଗରେ ଏହି ଘଟଣା ଇତିହାସ ସୃଷ୍ଟି କରିଛି କହିଲେ କିଛି ଭୁଲ ହେବ ନାହିଁ । ପୂର୍ବରୁ ମାଲଗାଡି ଗୁଡିକୁ ଅଲଗା ଅଲଗା ପରିଚାଳିତ କରାଯାଉଥିବା ବେଳେ ପ୍ରଥମ ଥର ପାଇଁ ତିନୋଟି ମାଲଗାଡି ଏକକାଳୀନ ଚଲାଯାଇଥିଲା ।

ସେପଟେ ପୂର୍ବରୁ ଏପରି ଉଦ୍ୟମ ହୋଇଥିଲେ ମଧ୍ୟ ଏଥିରେ ତିନି ଜଣ ଲୋକୋ ପାଇଲଟ ଓ 3 ଜଣ ସହାୟକ ଲୋକୋ ପାଇଲଟ ରହିଥିଲେ । ହେଲେ ପ୍ରଥମ ଥର ପାଇଁ ମାତ୍ର ଜଣେ ଲୋକୋ ପାଇଲଟ ଓ ଜଣେ ସହାୟକ ଲୋକୋ ପାଇଲଟଙ୍କ ଦ୍ବାରା ତିନୋଟି ମାଲଗାଡିକୁ ଯୋଡା ଯାଇ ଏକକାଳୀନ ପରିଚାଳିତ କରାଯାଇଥିଲା । ତେବେ ଏହା କରିବା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ସମୟରେ ଅଳ୍ପ ସଂଖ୍ୟାକ କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟ ସମ୍ପାଦନ କରିବା ।

ତେବେ ମଙ୍ଗଳବାର ଏକକାଳୀନ ତିନୋଟି ମାଲଗାଡି ଗଡାଇ ପ୍ରମାଣିତ କରାଯାଇଛି କି ଅଳ୍ପ ସଂଖ୍ୟକ କର୍ମଚାରୀଙ୍କ ଦ୍ବାରା ମଧ୍ୟ କାର୍ଯ୍ୟ ହୋଇପାରିବା ସହ ରେଳ ଲାଇନର ମଧ୍ୟ ସୁପରିଚାଳନା ହୋଇପାରୁଛି । ଏଥିରେ ସମୟ ମଧ୍ୟ ବଞ୍ଚିପାରିବା ସହ ଗ୍ରାହକଙ୍କ ପାଖରେ ଅଳ୍ପ ସମୟ ମଧ୍ୟରେ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚା ଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details