ଓଡିଶା

odisha

ETV Bharat / bharat

ସଫଳତା ସହ କକ୍ଷ ପରିକ୍ରମା କରୁଛି ଚନ୍ଦ୍ରଯାନ-2 - ଚନ୍ଦ୍ରାୟନ-2

ଇସ୍ରୋକୁ ପୁଣି ସଫଳତା । ପୃଥିବୀ କକ୍ଷ ପଥରେ ପହଞ୍ଚିଲା ଚନ୍ଦ୍ରଯାନ-2 । ନିର୍ଦ୍ଧାରିତ ସମୟରେ ପହଞ୍ଚି ଏବେ ପୂଥିବୀ କକ୍ଷ ପଥ ଦିଗରେ ପରିକ୍ରମା ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jul 26, 2019, 1:24 PM IST

ନୂଆଦିଲ୍ଲୀ: ଇସ୍ରୋକୁ ପୁଣି ସଫଳତା । ପୃଥିବୀ କକ୍ଷ ପଥ ଦିଗରେ ପରିକ୍ରମା ଆରମ୍ଭ କରିଛି ଚନ୍ଦ୍ରଯାନ-2 । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସଫଳପୂର୍ବକ ଗତି ଆରମ୍ଭ କରିଛି ଚନ୍ଦ୍ରଯାନ-2 ।

22 ଜୁଲାଇରେ ଲଞ୍ଚ ହେବା ପରେ ପୃଥିବୀ ଠାରୁ କମ ଦୂରତା 170 କିମି ଓଏପିଜୋ 45475 କିମି ଦୂରରେ ସ୍ଥାପନ ହୋଇଥିଲା । ତେବେ ଏହା କକ୍ଷ ପଥରେ 25 ଓ 26 ଜୁଲାଇରେ ରାତ୍ରି 1ଟା 8 ସମୟରେ ସଫଳତା ପୂର୍ବକ ପରିବର୍ତ୍ତନ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ishro

ବର୍ତ୍ତମାନ ଏହାର ପେରୋଜି 251 କିମି ଓ ଏପୋଜି 54,829 କିମି ଦୂରତା ହ୍ରାସ ପାଇଛି । ଏହା ପୂର୍ବରୁ ଚନ୍ଦ୍ରାୟନ-2 କକ୍ଷ ପଥରେ 24 ଜୁଲାଇ ମଧ୍ୟାହ୍ନରେ 2.52ରେ ସଫଳତା ପୂର୍ବକ ପହଞ୍ଚିଥିଲା । ସେତେବେଳେ ପିରୋଜି 230 କିମି ଓ ଏପୋଜି 45163 କିମିରେ ପହଞ୍ଚିଥିଲା ।

ତେବେ ଅଗଷ୍ଟ 6 ପର୍ଯ୍ୟନ୍ତ ଚନ୍ଦ୍ରାୟନ-2 ପୃଥିବୀର ପରିକ୍ରମା କରିବ । 22 ଜୁଲାଇରେ ଲଞ୍ଚ ପରେ ଚନ୍ଦ୍ରର ଦକ୍ଷିଣ ମେରୁର ପହଞ୍ଚିବା ପାଇଁ 48 ଦିନର ଯାତ୍ରା ଆରମ୍ଭ କରିଦେଇଛି । ଲଞ୍ଚ ହେବାର 16ଟା 23 ମିନିଟ ପରେ ଚନ୍ଦ୍ରଯାନ-2 ପୃଥିବୀ ଠାରୁ 170 କିମି ଉଚ୍ଚତାରେ ଜିଏସଏଲଭି-ଏମକେ3 ରକେଟ ଠାରୁ ଅଲଗା ହୋଇ ପୃଥିବୀର କକ୍ଷରେ ପରିକ୍ରମା କରିଥିଲା ।

ABOUT THE AUTHOR

...view details