ଓଡିଶା

odisha

ETV Bharat / bharat

କୋରୋନା ଭୟ: କେରଳରେ ଦ୍ବିତୀୟ ଆକ୍ରାନ୍ତ ଚିହ୍ନଟ - କରୋନା ଭୟ

କେରଳରେ ବଢିଲା କୋରୋନା ଭୟ । କୋରୋନା ଭାଇରସରେ ଆକ୍ରାନ୍ତ ଦ୍ବିତୀୟ ରୋଗୀ ଚିହ୍ନଟ । ଆଲର୍ଟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

କରୋନା ଭୟ: କେରଳରେ ଦ୍ବିତୀୟ ରୋଗୀ ଚିହ୍ନଟ
କରୋନା ଭୟ: କେରଳରେ ଦ୍ବିତୀୟ ରୋଗୀ ଚିହ୍ନଟ

By

Published : Feb 2, 2020, 7:54 PM IST

Updated : Feb 2, 2020, 9:15 PM IST

ଥିରୁଅନନ୍ତପୁରମ: କେରଳରେ କୋରୋନା ଭାଇରସରେ ଆକ୍ରାନ୍ତ ଦ୍ବିତୀୟ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଆଲାପ୍ପୁଝା ମେଡିକାଲ କଲେଜର ଆଇସୋଲେସନ ଓ୍ବାର୍ଡରେ ଭର୍ତ୍ତି ହୋଇଥିବା 4 ଜଣଙ୍କ ମଧ୍ୟରୁ ଜଣଙ୍କ ନମୂନା ପଜିଟିଭ୍ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀ କେକେ ସୈଳଜା ସୂଚନା ଦେଇଛନ୍ତି । ତେବେ କୋରୋନା ଭାଇରସ ଆକ୍ରାନ୍ତ ଛାତ୍ର ଜଣକ ଚୀନରେ ଡାକ୍ତରୀ ପାଠ୍ୟ ପଢୁଥିବା ବେଳେ ଗତ 24ରେ କେରଳ ଆସିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେରଳରେ 2 ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷେ ଆଲାପ୍ପୁଝାରେ 120 ଜଣଙ୍କୁ ହୋମ ଅବଜରଭେସନରେ ରଖାଯାଇଛି । କୋରୋନାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି । ଭାଇରସ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ହୋମ ଅବଜରଭେସନରେ ଥିବା ଲୋକଙ୍କ ଘରେ ବିବାହ ଭୋଜି ପରି କୌଣସି କାର୍ଯ୍ୟକ୍ରମ ନରଖିବାକୁ ପରାମର୍ଶ ଦିଆଯାଇଛି । ସେପଟେ କୋରୋନା ଭାଇରସ ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ 300ରୁ ଉର୍ଦ୍ଧ୍ବ ମୁଣ୍ଡ ନେଲାଣି ।

Last Updated : Feb 2, 2020, 9:15 PM IST

ABOUT THE AUTHOR

...view details