ଓଡିଶା

odisha

ETV Bharat / bharat

କୋରୋନା ଯୁଦ୍ଧ, ସ୍ପିଡ୍ ପୋଷ୍ଟରେ ଡାକ ବିଭାଗ ପଠାଉଛି ଅତ୍ୟାବଶ୍ୟକ ସାମଗ୍ରୀ - କୋରୋନା ସହାୟତା

କୋରୋନା ମହାମାରୀ ସମୟରେ ଭାରତୀୟ ଡାକ ବିଭାଗ ବଢାଇଛି ସହଯୋଗ ହାତ। ସ୍ପିଡ ପୋଷ୍ଟରେ ଚାଲିଛି ଡାକ୍ତରଖାନା, ଗବେଷଣା କେନ୍ଦ୍ରକୁ ଔଷଧ ଏବଂ ଚିକିତ୍ସା ଉପକରଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ । ଅଧିକ ଖବର ପଢନ୍ତୁ...

COVID-19
COVID-19

By

Published : Apr 18, 2020, 10:02 AM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ପାଇଁ ଚ୍ୟାଲେଞ୍ଜ ଆଣିଦେଇଛି କୋରୋନା ଭାଇରସ। ଏନେଇ ଭାରତୀୟ ଭାରତୀୟ ଡାକ ବିଭାଗ ଆରମ୍ଭ କରିଛି ଅଭିନବ ପଦକ୍ଷେପ। ଏବେ ଡାକରେ କୋରୋନା ଚିକିତ୍ସା ପାଇଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଛି।

ଏହି ପଦକ୍ଷେପ ନୂଆଦିଲ୍ଲୀର ଦୁଇଟି ସ୍ଥାନରେ ଆରମ୍ଭ ହୋଇଛି।'' ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଟଙ୍କା ଗଚ୍ଛିତ ରଖି ଏହାକୁ ବିଭିନ୍ନ ରିମୋଟ ଅଞ୍ଚଳରେ ଆମର ଆଧାର ଏନେବଲଡ ପ୍ରକ୍ରିୟାରେ ପେନସନଧାରୀ ଉପୋଭକ୍ତାଙ୍କ ପାଖରେ ପହଞ୍ଚାଯାଉଛି '' ବୋଲି ଡେପୁଟି ଜେନେରାଲ ଅଜୟ କୁମାର ରୟ କହିଛନ୍ତି।

ତାଙ୍କ କହିବା ଅନୁସାରେ, ଦେଶର ବିଭିନ୍ନ ବ୍ୟକ୍ତିବିଶେଷ, ଡାକ୍ତରଖାନା, ଗବେଷଣା କେନ୍ଦ୍ରକୁ ଔଷଧ ଏବଂ ଚିକିତ୍ସା ଉପକରଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରିବାକୁ ମଧ୍ୟ ଆମେ କାର୍ଯ୍ୟ କରୁଛୁ। ମାର୍ଚ୍ଚ 24 ରୁ ଆମେ ଏହା ଆରମ୍ଭ କରିଛୁ। ଏହି ସାମଗ୍ରୀଗୁଡିକ ମଧ୍ୟରୁ ଅଧିକାଂଶ ସ୍ପିଡ୍ ପୋଷ୍ଟ ଦ୍ୱାରା ପଠାଯାଉଛି । ଏହାସହ କାର୍ଗୋ ବିମାନ ଓ ଭାରତୀୟ ବାୟୁ ସେନାର ସହଯୋଗରେ ମଧ୍ୟ ଆମେ ଏହି କାର୍ଯ୍ୟ କରୁଛୁ।

ସ୍ବଚ୍ଛତା ଓ ସମସ୍ତ ଗାଇଡ୍ ଲାଇନକୁ ଦୃଷ୍ଟିରେ ରଖି ଭାରତୀୟ ଡାକ ବିଭାଗ କାର୍ଯ୍ୟକରୁଛି। ଏହାସହ ସମସ୍ତ କର୍ମଚାରୀଙ୍କୁ ରୋଟେସନ ଭାବେ କାର୍ଯ୍ୟରେ ଯୋଗ ଦେବାର ବ୍ୟବସ୍ଥା କରାଯିବା ସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଛି। ଏହାସହ ଆଗାମୀ 3 ରୁ 4 ଦିନ ମଧ୍ୟରେ ଆମେ ରୋଡ ଭେଇକିଲ୍ ଓ କାର୍ଗୋ ବିମାନ ସହାୟତାରେ ମେଡିସିନ ଓ ମେଡିକାଲ କିଟ୍ ପଠାଇବାର ବ୍ୟବସ୍ଥା କରୁଛୁ।

ABOUT THE AUTHOR

...view details