ହାଇଦ୍ରାବାଦ: ଲକ ଡାଉନ ଯୋଗୁଁ ଘରେ ରହିଛନ୍ତି ଲୋକେ । ଆଉ ସହର ମୁହାଁ ହୋଇଛନ୍ତି ଜଙ୍ଗଲୀ ପଶୁ । ତେବେ ଗୁରୁବାର ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଆତଙ୍କ ଖେଳାଇଛି ଏକ ଚିତାବାଘ । ଗୁରୁବାର ସକାଳ 8: 15 ରେ ଜାତୀୟ ରାଜପଥ 7 ରେ ସ୍ଥାନୀୟ ଲୋକ ଚିତାବାଘ ଦେଖିଥିଲେ।
ସଙ୍ଗେ ସଙ୍ଗେ ଭୟଭୀତ ହୋଇ ବନ ଅଧିକାରୀଙ୍କୁ ଖବର ଦେଇଥିଲେ । ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଘଟି ରାଜପଥର ନିକଟ ଖୋଲା ସ୍ଥାନକୁ ଦୌଡ଼ିଯାଇଥିଲା। ଚପୋଲିସ ଓ ଜଙ୍ଗଲ ଅଧିକାରୀ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି । ଚିତାଟି ଆହତ ଥିବା ଜଣାପଡିଛି ।