ଓଡିଶା

odisha

ETV Bharat / bharat

15 ଦିନ ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ନିଜ ଘରକୁ ପଠାଯାଉ: ସୁପ୍ରିମକୋର୍ଟ - SC's instructions to center and states

ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି । ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରବାସୀଙ୍କୁ 15 ଦିନ ମଧ୍ୟରେ ସ୍ବରାଜ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

SC's instructions to center and states
15 ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ଘରକୁ ପଠାଯାଉ: ସୁପ୍ରିମକୋର୍ଟ

By

Published : Jun 5, 2020, 5:17 PM IST

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରବାସୀଙ୍କୁ 15 ଦିନ ମଧ୍ୟରେ ସ୍ବରାଜ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନିଜ ରାଜ୍ୟରେ ପହଞ୍ଚିବା ପରେ ପ୍ରବାସୀଙ୍କୁ କିପରି ରୋଜଗାର ଏବଂ ଅନ୍ୟାନ୍ୟ ପ୍ରକାର ରିଲିଫ ଯୋଗାଇବେ ତାହାର ସମସ୍ତ ରେକର୍ଡ ରାଜ୍ୟ ଠୁ ଆଣିବାକୁ କୋର୍ଟ କହିଛନ୍ତି । ଏଥିପାଇଁ ସମସ୍ତ ପ୍ରବାସୀଙ୍କ ରେଜିଷ୍ଟ୍ରେସନ ହେବା ଆବଶ୍ୟକ ରହିଛି ।

ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଏମ ଆର ଶାହଙ୍କ ଖଣ୍ଡପୀଠ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ସମୟରେ ନିଜର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ । ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା ଖଣ୍ଡପୀଠକୁ ସୂଚନା ଦେଇ କହିଥିଲେ ଯେ, ଲକଡାଉନ କାରଣରୁ ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀଙ୍କୁ ନିଜ ନିଜ ପୈତୃକ ଗାଁକୁ ପଠାଇବା ପାଇଁ ଦେଶରେ ଜୁନ 3 ପର୍ଯ୍ୟନ୍ତ 4,200ରୁ ଅଧିକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ ହୋଇଛି ।

ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇ ସାରିଛି । ଆଉ ଅଧିକାଂଶ ଟ୍ରେନ୍ ଉତ୍ତରପ୍ରଦେଶ ଏବଂ ବିହାରରେ ଶେଷ ହୋଇଛି । ବର୍ତ୍ତମାନ ଆଉ କେତେ ପ୍ରବାସୀ ଶ୍ରମିକଙ୍କୁ ସ୍ଥାନାନ୍ତରିତ କରିବା ଆବଶ୍ୟକ ରହିଛି ଏବଂ ଏଥିପାଇଁ କେତେ ଟ୍ରେନର ଆବଶ୍ୟକ ହେବ ତାହା ରାଜ୍ୟ ସରକାର କହିପାରିବେ ।

ପୂର୍ବରୁ ମେ 28ରେ ସୁପ୍ରିମକୋର୍ଟ ଲକଡାଉନ କାରଣରୁ ଫସିରହିଥିବା ଶ୍ରମିକଙ୍କ ମଧ୍ୟରୁ ଯେଉଁମାନେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ଠାରୁ ଟ୍ରେନ ଏବଂ ବସ ଭଡା ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ରାସ୍ତାରେ ଫସି ରହିଥିବା ଶ୍ରମିକଙ୍କୁ ମାଗଣା ଖାଦ୍ୟ ଓ ଜଳ ଯୋଗାଇ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ABOUT THE AUTHOR

...view details