ନୂଆଦିଲ୍ଲା: ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ଭୟଙ୍କର ଭାବେ ବଢିଚାଲିଛି । ସରକାରଙ୍କ ନୂଆ ଯୋଜନା ଅନୁସାରେ, ଆଜି ଠାରୁ ପ୍ରତି କଣ୍ଟେନମେଣ୍ଟ ଜୋନର ଘରେ ଘରେ କରାଯିବ ସ୍କ୍ରିନିଂ । ଏହା 3 ତିନି ଦିନ ଧରି ଚାଲିବ ଅର୍ଥାତ ଜୁନ 30 ପର୍ଯ୍ୟନ୍ତ ଏହି ସ୍କ୍ରିନିଂ କରାଯିବ । ଜୁଲାଇ 10 ସୁଦ୍ଧା ଏହାର ସମସ୍ତ ରିପୋର୍ଟ ଆସିବ ।
ଏଥିପାଇଁ 2 ଜଣ ସଦସ୍ୟ ଭାବେ 1100 ଟିମକୁ ନିୟୋଜିତ କରାଯାଇଛି । ଦିଲ୍ଲୀ ସରକାରଙ୍କ ରାଜସ୍ୱ ବିଭାଗର ଜଣେ ଅଧିକାରୀ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାରେ ପ୍ରାୟ 100ଟି ଟିମ ଗଠନ କରାଯାଇଛି ଏବଂ ପ୍ରତ୍ୟେକ ଟିମ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା (ASHA) ଏବଂ ସହାୟକ ନର୍ସ (ANM) କୁ ଏହାର ସଦସ୍ୟ ଭାବରେ ସ୍ୱୀକୃତି ଦେଇଛନ୍ତି। 2011 ଜନ ଗଣନା ଅନୁସାରେ, ଦିଲ୍ଲୀରେ 34.35 ଲକ୍ଷ ବାସିନ୍ଦା ରହିବା ସମେତ 33.56 ଲକ୍ଷ ସହରାଞ୍ଚଳ ଓ 79.574 ଜଣ ଗ୍ରାମାଞ୍ଚଳରେ ରହିଛନ୍ତି ।
ଏହି ଟିମ ଏକ ମୋବାଇଲ ଆପ୍ଲିକେସନ ଦ୍ବାରା କାମ କରିବେ, ଯାହା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ୱେବ ପୋର୍ଟାଲକୁ ରିଅଲ୍-ଟାଇମ ବିବରଣୀ ପଠାଇବ । ନାମ, ବୟସ, ଠିକଣା ଏବଂ ଯୋଗାଯୋଗ ନମ୍ବର ପରି ମୌଳିକ ବିବରଣୀ ।