ଓଡିଶା

odisha

ETV Bharat / bharat

ପବଜି ନେଲା ଜୀବନ

ପବଜି ଗେମ ଖେଳିବାକୁ ବାପା ମାଆ ମନା କରିବାରୁ ସେଥିରେ ଉତକ୍ଷିପ୍ତ ହୋଇ ଜଣେ ଦଶମ ଶ୍ରେଣୀର ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛି । ଘଟଣାଟି ଘଟିଛି ବିଶାଖାପଟ୍ଟନମର ପେଡ୍ଡାକୋରଡା ଅଞ୍ଚଳରେ।

By

Published : Sep 11, 2019, 8:23 PM IST

ପ୍ରତିକାତ୍ମକ ଫଟୋ

ଅମରାବତୀ: ଆଜିକାଲିର ଯୁବପୀଢି ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ସର୍ବଦା ହାତରେ ଦରକାର ସ୍ମାର୍ଟ ଫୋନ । ଆଉ ଏବେ ବେଶି ପାଗଳ କରିଛି ପବଜି ଅନଲାଇନ ଗେମ । ଗତ କିଛି ଦିନ ତଳେ ଏହି ଗେମ ପାଇଁ କର୍ଣ୍ଣାଟକରେ ବାପାର ମୁଣ୍ଡ କାଟିଦେଇଥିଲା ପୁଅ । ଆଉ ଏମିତି ଏକ ଖବର ଶୁଣିବାକୁ ମିଳିଛି ବିଶାଖାପଟ୍ଟନମର ପେଡ୍ଡା କୋରଡା ଅଞ୍ଚଳରେ ।

ପବଜି ଗେମ ଖେଳିବାକୁ ବାପା ମାଆ ମନା କରିବାରୁ ସେଥିରେ ଉତକ୍ଷିପ୍ତ ହୋଇ ଜଣେ ଦଶମ ଶ୍ରେଣୀର ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛି । ସୂଚନା ଅନୁସାରେ, ମୃତ ଛାତ୍ର ହେଲେ ବି. ଲୋହିତ। ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ସର୍ବଦା ଫୋନ ସହ ଜଡିତ ରହୁଥିଲେ ଓ ଅନଲାଇନ ଗେମ ପବଜି ଖେଳୁଥିଲେ ବୋଲି ତାଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଏହି ଖେଳ ଖେଳିବାକୁ ମନା କରିବା ସହ ଗାଳିଗୁଲଜ କରିବାରୁ ଲୋହିତ ରାଗିଯାଇ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏନେଇ ଖବର ପାଇବା ପରେ ଘର ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେପଟେ ପୋଲିସ ଏଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ABOUT THE AUTHOR

...view details