ଓଡିଶା

odisha

ETV Bharat / bharat

ସିନ୍ଧିଆଙ୍କ ହାତ ଧରି କଂଗ୍ରେସ ଛାଡିଲେ 20 ବିଧାୟକ, ସୁରକ୍ଷା ପାଇଁ କଲେ ଅନୁରୋଧ - MLAs lest congress in MP

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ କଂଗ୍ରେସର ହାତ ଛାଡିଲେ 20 ବିଧାୟକ । ସମସ୍ତ ବିଧାୟକ କର୍ଣ୍ଣାଟକ ପୋଲିସ ଡିଜିଙ୍କୁ ଭେଟି ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ସିନ୍ଧିଆଙ୍କ ହାତ ଧରି କଂଗ୍ରେସ ଛାଡିଲେ 20 ବିଧାୟକ, ସୁରକ୍ଷା ପାଇଁ କଲେ ଅନୁରୋଧ
ସିନ୍ଧିଆଙ୍କ ହାତ ଧରି କଂଗ୍ରେସ ଛାଡିଲେ 20 ବିଧାୟକ, ସୁରକ୍ଷା ପାଇଁ କଲେ ଅନୁରୋଧ

By

Published : Mar 10, 2020, 4:24 PM IST

ବେଙ୍ଗାଲୁରୁ: ସିନ୍ଧିଆଙ୍କ ଇସ୍ତଫା ପରେ କଂଗ୍ରେସ ହାତ ଛାଡିଛନ୍ତି ମଧ୍ୟ ପ୍ରଦେଶର 20 ବିଧାୟକ । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ 6 ମନ୍ତ୍ରୀ ବି ସାମିଲ ରହିଛନ୍ତି । ଏହି ବିଧାୟକମାନେ କର୍ଣ୍ଣାଟକରେ ଥିବା ବେଳେ ସେଠାରୁ ଫଟୋ ଜାରି କରିଛନ୍ତି । ଏହାସହ ମଧ୍ୟ ପ୍ରଦେଶର ଆଉ ଜଣେ କଂଗ୍ରେସର ବିଧାୟକ ଦଳରୁ ଇସ୍ତଫା ଦେଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟି ବିଜେପିରେ ସାମିଲ ହୋଇଛନ୍ତି ।

ସିନ୍ଧିଆଙ୍କ ସପକ୍ଷରେ ଥିବା କଂଗ୍ରେସର 19 ବିଧାୟକ ଇସ୍ତଫା ଦେବା ପରେ ମଧ୍ୟ ପ୍ରଦେଶ କଂଗ୍ରେସର ଆଉ ଜଣେ ବିଧାୟକ ବିସାହୁଲାଲ ସାହୁ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ସାହୁ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟି ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହେବା ପରେ ବିସାହୁଲାଲ ସାହୁ କହିଛନ୍ତି ଯେ ମୁଁ କଂଗ୍ରେସ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଛି। ମୁଁ ବିଜେପିରେ ଯୋଗ ଦେଇଛି। କମଲ ନାଥ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିବାରୁ ଥିବାରୁ ଆଗାମୀ ଦିନରେ ଅଧିକାଂଶ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେବେ ବୋଲି ସେ ସୂଚନା ଦେଇଛନ୍ତି ।

ସିନ୍ଧିଆଙ୍କୁ ସମର୍ଥନ ଦେଇ ମଧ୍ୟ ପ୍ରଦେଶ କଂଗ୍ରେସରୁ ଇସ୍ତଫା ଦେଇଥିବା 19 ବିଧାୟକ ଏବେ ବେଙ୍ଗାଲୁରୁରେ ଅଛନ୍ତି । ଏମାନେ ସମସ୍ତେ କର୍ଣ୍ଣାଟକ ଡିଜିପିଙ୍କୁ ଚିଠି ଲେଖି ସୁରକ୍ଷା ଏବଂ ପୋଲିସ ଏସକର୍ଟ ପାଇଁ ଦାବି କରିଛନ୍ତି । ଚିଠିରେ ଲେଖାଅଛି ଯେ ଆମେ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ସ୍ବେଚ୍ଛାକୃତ ଭାବେ କର୍ଣ୍ଣାଟକ ଆସିଛୁ, ଏଠାରେ ରହିବା ପାଇଁ ଆମର ସୁରକ୍ଷା ଆବଶ୍ୟକ । ଅନ୍ୟପକ୍ଷେ ସିନ୍ଧିଆଙ୍କ ଇସ୍ତଫା କଂଗ୍ରେସକୁ ବିଚଳିତ କରିଦେଇଛି । ତାଙ୍କର ଏହି ନିଷ୍ପତ୍ତିକୁ କଂଗ୍ରେସ ଧୋକା ବୋଲି କହିଛି । ମଧ୍ୟ ପ୍ରଦେଶରେ ଆଉ ସରକାର ବଞ୍ଚାଇ ହେବନାହିଁ ବୋଲି ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ।

@ANI

ABOUT THE AUTHOR

...view details