ଓଡିଶା

odisha

ETV Bharat / bharat

ବୈଜ୍ଞାନିକଙ୍କ ଦାବି, କୋରୋନା ଯୋଗୁଁ ଯାଇପାରେ ଶ୍ରବଣଶକ୍ତି - corona infection

ବ୍ରିଟେନର 'ୟୁନିଭର୍ସିଟି କଲେଜ ଲଣ୍ଡନ'ର ବିଶେଷଜ୍ଞ ସମେତ ବୈଜ୍ଞାନିକଙ୍କ ମତରେ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା କିଛି ଆକ୍ରାନ୍ତଙ୍କ କ୍ଷେତ୍ରରେ ବଧିର ହେବା ଘଟଣା ସାମ୍ନାକୁ ଆସୁଛି ।

deafness due to corona
କୋରୋନା ସଂକ୍ରମିତଙ୍କ ଯାଇପାରେ ଶ୍ରବଣ ଶକ୍ତି

By

Published : Oct 15, 2020, 12:36 PM IST

ଲଣ୍ଡନ: କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା କିଛି ଆକ୍ରାନ୍ତଙ୍କ କ୍ଷେତ୍ରରେ ଯାଇପାରେ ଶ୍ରବଣ ଶକ୍ତି । ଯାହା ହଠାତ୍ ଆକ୍ରାନ୍ତଙ୍କ ଠାରେ ସ୍ଥାୟୀ ଶ୍ରବଣ ଶକ୍ତି ସମସ୍ୟା ଦେଖାଦେଇପାରେ । ବ୍ରିଟେନରେ ଏହି ସଂମ୍ବନ୍ଧରେ ହୋଇଥିବା ଏକ ଅଧ୍ୟୟନରେ ଏଭଳି ତଥ୍ୟ ଦିଆଯାଇଛି। ତେବେ କୋରୋନା ଭାଇରସ ସଂକ୍ରମଣ କାରଣରୁ ବଧିର ହୋଇଥିବା ଲୋକଙ୍କ ସଂଖ୍ୟା ବହୁତ କମ ରହିଛି ।

ବ୍ରିଟେନର 'ୟୁନିଭର୍ସିଟି କଲେଜ ଲଣ୍ଡନ'ର ବିଶେଷଜ୍ଞ ସମେତ ବୈଜ୍ଞାନିକଙ୍କ ମତରେ, କୋରୋନା ଭାଇରସ ସଂକ୍ରମଣ କାରଣରୁ ବଧିର ହେବା ସମସ୍ୟା ଉତ୍ପନ୍ନ ହେଉଛି । ତେଣୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟିହେବା ନିହାତି ଦରକାର । କାହିଁକି ନା, ଷ୍ଟେରଏଡର ଉପଯୁକ୍ତ ଚିକିତ୍ସାରୁ ଏହି ସମସ୍ୟାକୁ ଦୂର କରାଯାଇପାରିବ। ସେ କହିଛନ୍ତି ଯେ, ଏହାର କାରଣ ସ୍ପଷ୍ଟ ହୋଇ ନଥିଲେ ବି, କିନ୍ତୁ ଫ୍ଲୁ ଭଳି ଭାଇରାଲ ସଂକ୍ରମଣ ପରେ ମଧ୍ୟ ଏହିପରି ସମସ୍ୟା ଦେଖାଦେଇଛି।

'ବିଏମଜେ କେସ ରିପୋର୍ଟ' ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନରେ, ଜଣେ 45 ବର୍ଷୀୟ ବୟସ୍କା ଆସ୍ତମା ରୋଗୀଙ୍କ ବାବଦରେ ଉଲ୍ଲେଖ କରାଯାଇଛି। କୋରୋନା ଭାଇରସରୁ ଗୁରୁତର ଭାବେ ସଂକ୍ରମିତ ହେବା ପରେ ହଠାତ ତାଙ୍କର ଶ୍ରବଣ ଶକ୍ତି କ୍ଷମତା ନଷ୍ଟ ହୋଇଗଲା । ମାତ୍ର ଏହା ପୂର୍ବରୁ ଏହି ସଂକ୍ରମିତ ବ୍ୟକ୍ତିଙ୍କର ଅନ୍ୟ କୌଣସି ଶ୍ରବଣ ସମସ୍ୟା ନଥିଲା । ମାତ୍ର ଉକ୍ତ ବ୍ୟକ୍ତିଙ୍କୁ ଷ୍ଟେରଏଡ ବଟିକା ଏବଂ ଟିକା ଦିଆଯାଇଥିଲା, ଯାହାପରେ ତାଙ୍କ ଶ୍ରବଣ କ୍ଷମତା ଆଂଶିକ ଫେରି ଆସିଥିଲା ​​।

ABOUT THE AUTHOR

...view details