ନୂଆଦିଲ୍ଲୀ: ମହାମାରୀ କୋରୋନା ପାଇଁ ଦେଶବ୍ୟାପୀ ସ୍କୁଲ, କଲେଜ ବନ୍ଦ ରହିଛି । ପିଲାଙ୍କ ଭବିଷ୍ୟତ ନେଇ ଜୁଲାଇରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଉଥିବା ଜଣାପଡିଛି । ପ୍ରାଥମିକ ପର୍ଯ୍ୟାୟରେ 30 ପ୍ରତିଶତ ପିଲା ସ୍କୁଲ ଆସିବେ ବୋଲି ଜଣାପଡିଛି ।
ଜୁଲାଇ ମାସରୁ ଆରମ୍ଭ ହେବ ସ୍କୁଲରେ ପାଠପଢା ! - ସ୍କୁଲ ପାଠପଢା
ମେ 16ରୁ ଦେଶରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ଦୀର୍ଘ 2 ମାସ ଧରି ଘରେ ରହି ପାଠ ପଢୁଛନ୍ତି ପିଲାମାନେ । ଜୁଲାଇ ମାସରେ ଆରମ୍ଭ ହୋଇପାରେ ସ୍କୁଲ ପାଠପଢା ।
![ଜୁଲାଇ ମାସରୁ ଆରମ୍ଭ ହେବ ସ୍କୁଲରେ ପାଠପଢା ! ଜୁଲାଇ ମାସରେ ଆରମ୍ଭ ହେବ ସ୍କୁଲ ପାଠପଢା !](https://etvbharatimages.akamaized.net/etvbharat/prod-images/768-512-7347994-760-7347994-1590464517086.jpg)
ସରକାର ପ୍ରଥମେ ଗ୍ରୀନ ଓ ଅରେଞ୍ଜ ଜିଲ୍ଲାଗୁଡିକରେ ସ୍କୁଲ ଖୋଲିବା ନେଇ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ବୟସ୍କ ପିଲାମାନେ ସ୍କୁଲ ଯିବେ । ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରୀଛୀତ୍ରୀଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯିବ ନାହିଁ । ବଡ ପିଲାମାନେ ନିଜ ସୁରକ୍ଷା ପାଇଁ ସାମାଜିକ ଦୂରତ୍ବ ବଜାୟୀ ରଖିପାରିବେ । ହେଲେ ଛୋଟ ଛୋଟ ଶିଶୁ ଏହି ନିୟମକୁ ପାଳନ କରିପାରିବେ ନାହିଁ । ତେଣୁ ସେମାନେ ଘରେ ରହି ପାଠପଢିବ । କୋରୋନା ସଂକ୍ରମଣକୁ ନେଇ ଦେଶରେ ମାର୍ଚ୍ଚ 16ରୁ ସମସ୍ତ ସ୍କୁଲ ଓ ବିଶ୍ବବିଦ୍ୟାଳୟ ଗୁଡିକ ବନ୍ଦ ରହିଛି ।
30 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ପାଠପଢା ଆରମ୍ଭ ହେବା ନେଇ ଗତ ମେ 14ରେ ଇସାରା ଦେଇଥିଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ । ସେହି ସମୟରେ ମନ୍ତ୍ରୀ କହିଥିଲେ, ୟୁଜିସି ଓ ଏନସିଆଇଆରଟି ଟାସ୍କଫୋନ ସ୍କୁଲ, କଲେଜ ଖୋଲିବା ପାଇଁ ନୂଆ ନିୟମାବଳୀ ଜାରି କରିବା କାର୍ଯ୍ୟରେ ଲାଗିଛନ୍ତି । ସ୍କୁଲ ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ନିୟମାବଳୀ ଅଲଗା ଅଲଗା ରହିବ ।