ଓଡିଶା

odisha

ETV Bharat / bharat

ଜୁଲାଇରେ ସବୁଜ ଓ କମଳା ଜୋନରେ ଖୋଲିବ ସ୍କୁଲ, ଆସିବେ ଅଷ୍ଟମରୁ ଦ୍ବାଦଶ ଛାତ୍ର ! - ଲକଡାଉନ ସ୍କୁଲ ବନ୍ଦ

ଜୁଲାଇ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ଯୋଜନା ରହିଛି। ଏହି ତାଲିକାରେ ଦିଲ୍ଲୀ ମଧ୍ୟ ସାମିଲ ଅଛି। କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ କେବଳ 8 ରୁ 12 ଶ୍ରେଣୀର ଛାତ୍ରମାନଙ୍କୁ ସ୍କୁଲ ଡକାଯିବ।

ଜୁଲାଇରେ ସବୁଜ ଓ କମଳା ଜୋନରେ ଖୋଲିବ ସ୍କୁଲ, ଆସିବେ ଅଷ୍ଟମରୁ ଦ୍ବାଦଶ ଛାତ୍ର !
ଜୁଲାଇରେ ସବୁଜ ଓ କମଳା ଜୋନରେ ଖୋଲିବ ସ୍କୁଲ, ଆସିବେ ଅଷ୍ଟମରୁ ଦ୍ବାଦଶ ଛାତ୍ର !

By

Published : May 27, 2020, 1:49 PM IST

ନୂଆଦିଲ୍ଲୀ: ଲକଡାଉନ 4.0ରେ ସତର୍କତାର ସହ ନିଆଯାଉଛି ଅନେକ ପଦକ୍ଷେପ। କାରଣ ତାଲାବନ୍ଦ କରି ସବୁଦିନ ଲୋକଙ୍କୁ ରଖିହେବନି। ପରିସ୍ଥିତି ସହ ଆଗକୁ ଯିବାକୁ ହେବ ଏବଂ ଭାଇରସ ସହ ଆମକୁ ବଞ୍ଚିବାକୁ ପଡିବ।

ତେବେ ଏହି 4.0 ଅବଧିରେ ସମସ୍ତ ଅଫିସରେ କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହାସହ ଜୁଲାଇ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ଯୋଜନା ରହିଛି। ଏହି ତାଲିକାରେ ଦିଲ୍ଲୀ ମଧ୍ୟ ସାମିଲ ଅଛି। କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ କେବଳ 8 ରୁ 12 ଶ୍ରେଣୀର ଛାତ୍ରମାନଙ୍କୁ ସ୍କୁଲ ଡକାଯିବ।

ଏହାସହ ପ୍ରାଥମିକ ଶ୍ରେଣୀର ଛାତ୍ରମାନଙ୍କୁ ସମସ୍ତ ବିଦ୍ୟାଳୟ ସମ୍ପୂର୍ଣ୍ଣ ଖୋଲିବା ପରେ ଆସିବେ। ଏନେଇ ଏମସିଇଆରଟି ଏହାର ଡ୍ରାଫ୍ଟ ଗାଇଡଲାଇନରେ ପରାମର୍ଶ ଦେଇଛି ।

ସରକାର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିକଳ୍ପ ଅନୁସନ୍ଧାନ କରୁଥିବାରୁ ବିଦ୍ୟାଳୟରେ ଏକ ସମୟରେ ମାତ୍ର 30 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ରହିବାକୁ ଚିନ୍ତା କରୁଛନ୍ତି। ଏହାସହ ଛୋଟ ପିଲାମାନେ ସଂକ୍ରମଣ ହେବାର ଆଶଙ୍କା ନିଶ୍ଚିତ ହେଲେ କେବଳ ବଡ ପିଲାମାନଙ୍କୁ ଡକାଯିବ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଲକଡାଉନ ପରେ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଉପରେ ଆମେ କାର୍ଯ୍ୟ କରୁଛୁ ଏବଂ କେବଳ ବଡ ଛାତ୍ରଙ୍କୁ ଡାକିବାକୁ ଯୋଜନା କରୁଛୁ କାରଣ ସେମାନେ ଶାରୀରିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଏବଂ ସବୁବେଳେ ସ୍ୱଚ୍ଛତା ନିୟମ ପାଳନ କରିପାରିବେ। ଆମେ ଛୋଟ ପିଲାଙ୍କୁ ବିପଦରେ ପକାଇବାକୁ ଚାହୁଁନାହୁଁ। ”

ତେବେ ସ୍ୱାସ୍ଥ୍ୟ ଏବଂ ଗୃହ ବ୍ୟାପାର ଭଳି ଅନ୍ୟ ମନ୍ତ୍ରଣାଳୟର ପରାମର୍ଶ ପରେ ଏହି ସପ୍ତାହରେ ନିର୍ଦ୍ଦେଶାବଳୀ ପ୍ରକାଶ ପାଇବ ବୋଲି ଅଧିକାରୀ ଜଣକ କହିଛନ୍ତି।

ABOUT THE AUTHOR

...view details