ଓଡିଶା

odisha

By

Published : Nov 2, 2020, 7:42 PM IST

ETV Bharat / bharat

ପୁଣି ବାଜିଲା ସ୍କୁଲବେଲ, ଆଜିଠୁ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ

କୋଭିଡ କଟକଣା ସହ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିଛି। ଆଜି(ସୋମବାର) ନବମ ଏବଂ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କ କ୍ଲାସ ଆରମ୍ଭ କରାଯାଇଛି। ସକାଳ 9ଟା 15ରୁ ଦିନ 1ଟା 15 ଯାଏଁ କ୍ଲାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢ଼ନ୍ତୁ...

ଆନ୍ଧ୍ରପ୍ରଦେଶ: ପୁଣି ବାଜିଲା ସ୍କୁଲ ବେଲ, ଆଜିଠାରୁ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ
ଆନ୍ଧ୍ରପ୍ରଦେଶ: ପୁଣି ବାଜିଲା ସ୍କୁଲ ବେଲ, ଆଜିଠାରୁ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ

ଅମରାବତୀ:ଦୀର୍ଘଦିନ ପରେ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିଛି। ଆଜି(ସୋମବାର) ନବମ ଏବଂ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କ କ୍ଲାସ ଆରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କ ଅନଲକ 6 ଗାଇଡଲାଇନ ଅନୁଯାୟୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବା ପରେ ସେମାନଙ୍କ ତାପମାତ୍ରା ଯାଞ୍ଚ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରି ସ୍କୁଲ ପ୍ରାର୍ଥନା କରି ଶ୍ରେଣୀଗୃହକୁ ଯାଇଥିଲେ।

ତେବେ ପ୍ରଥମ ପର୍ଯ୍ୟାୟରେ ସକାଳ 9ଟା 15ରୁ ଦିନ 1ଟା 15 ଯାଏଁ କ୍ଲାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଗୋଟିଏ ଦିନ ଛାଡ଼ି ଗୋଟିଏ ଦିନ (alternate days) ସ୍କୁଲ ଆସିବେ ଛାତ୍ରଛାତ୍ରୀ। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଗୋଟିଏ ଶ୍ରେଣୀଗୃହରେ କେବଳ 16ଜଣ ଛାତ୍ରଛାତ୍ରୀ ବସିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଲାସ ସମୟ ଛଡ଼ା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖାଇବା ଛୁଟି ମଧ୍ୟ ରଖା ଯାଇଛି। ଏହି ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ଖାଇ ବସିବା ଉପରେ କଟକଣା ଜାରି କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ଇଚ୍ଛୁକ ନୁହନ୍ତି ଅପରାହ୍ଣରେ ସେମାନେ ଅନଲାଇନ ଯୋଗେ କ୍ଲାସ ନେବେ। ଏନେଇ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବିଧିବଧ ଭାବେ ନିର୍ଦ୍ଦେଶ ଜାରି କରାଯାଇଛି।

ନବମ ଓ ଦଶମ ଶ୍ରେଣୀ ଛଡ଼ା ଆନ୍ଧ୍ରପ୍ରଦେଶରେ ଯୁକ୍ତ 2 ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ମଧ୍ୟ ଆରମ୍ଭ କରାଯାଇଛି। କଲେଜଗୁଡ଼ିକ ମଧ୍ୟ ସମସ୍ତ ପ୍ରକାରର କୋରୋନା କଟକଣା ଆରମ୍ଭ କରାଯାଇଛି। ଏହାପୂର୍ବରୁ ନଭେମ୍ବର 2 ତାରିଖରେ ସ୍କୁଲ ଆରମ୍ଭ କରାଯିବା ନେଇ ସୂଚନା ଦେଇଥିଲେ ଆନ୍ଧ୍ରପ୍ରଦେଶ ସରକାର। ନଭେମ୍ବର 23 ତାରିଖରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ କରାଯିବ। ସେହିଭଳି ଡିସେମ୍ବର ମାସ 14 ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏନେଇ ଆନ୍ଧ୍ରପ୍ରଦେଶର ଜଣେ ସ୍କୁଲ ପ୍ରିନ୍ସିପାଲ କହିଛନ୍ତି ଯେ, "ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ଅଧା ଦିନ ପାଇଁ ସ୍କୁଲ ଖୋଲାଯିବ। କେବଳ 4 ଘଣ୍ଟା ପାଇଁ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ମାସ୍କ ଓ ସାନିଟାଜର ଯୋଗାଇ ଦିଆଯାଉଛି। ପ୍ରଥମ ଦିନରେ ବହୁ କମ ସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଆସିଛନ୍ତି। ତେବେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବା ନେଇ ଆମେ ଆଶାବାଦୀ ରହିଛୁ।"

କୋରୋନା ମହାମାରୀ ଯୋଗୁଁ ଆନ୍ଧ୍ରପ୍ରଦେଶ ସମେତ ପୂରା ଭାରତ ଲକଡାଉନ ଘୋଷଣା ହୋଇଥିଲା। ଫଳରେ ଦେଶର ସମସ୍ତ ସ୍କୁଲ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଆଜି ସ୍କୁଲ ଖୋଲିବା ପରେ କିଛି ଛାତ୍ରଛାତ୍ରୀ ସ୍କୁଲକୁ ଆସିଛନ୍ତି। ଏବେବି କିଛି ଅଭିଭାବକ କୋରୋନା ଭାଇରସ ଭୟରେ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଛାଡ଼ିବାକୁ ମନା କରୁଥିବା ସୂଚନା ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details