ନୂଆଦିଲ୍ଲୀ: ଖୁବଶୀଘ୍ର ଖୋଲିପାରେ ଦିଲ୍ଲୀରେ ସ୍କୁଲ ଓ କଲେଜ । ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି ଛାତ୍ରଛାତ୍ରୀ ବିଦ୍ୟାଳୟ ଏବଂ କଲେଜକୁ ଫେରିବା ପାଇଁ ଆଗ୍ରହୀ ଅଛନ୍ତି । କିନ୍ତୁ ସ୍ଥିତିକୁ ଦେଖି ଅଭିଭାବକ ଏବଂ ଶିକ୍ଷକମାନେ ଚିନ୍ତିତ ଅଛନ୍ତି | ବର୍ତ୍ତମାନ ଯେହେତୁ ଟୀକା ଉପଲବ୍ଧ ହେଲାଣି ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ । ଆମେ ଖୁବଶୀଘ୍ର ସ୍କୁଲ ଖୋଲିବା ପାଇଁ ସକ୍ଷମ ହେବୁ ବୋଲି ସେ ସୂଚନା ଦେଇଛନ୍ତି ।
ଗତ କିଛିମାସ ମଧ୍ୟରେ ବିଭିନ୍ନ ରାଜ୍ୟମାନଙ୍କରେ ସ୍କୁଲ ଓ କଲେଜ ଖୋଲିବା ଆରମ୍ଭ ହୋଇସାରିଛି । କୋଭିଡ ଗାଇଡ ଲାଇନ ଅନୁପାଳନ କରାଯାଇ ସ୍କୁଲ ଓ କଲେଜ ଖୋଲାଯାଇଛି । ସ୍କୁଲରେ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତା ଓ ଫେସ ମାସ୍କକୁ ଗୁରୁତ୍ବ ଦେବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଫେବୃଆରୀ ମାସ ପାଇଁ ଜାରି କରାଯାଇଥିବା ଗାଇଡଲାଇନରେ ଅନେକ କଟକଣାକୁ କୋହଳ କରାଯିବା ସହ ପୂର୍ବପରି ସ୍ବାଭାବିକ କରିବା ପାଇଁ ଅନୁମତି ମିଳିଛି ।