ଓଡିଶା

odisha

ETV Bharat / bharat

ଆମ ଶରୀର ପାଇଁ ନାଲି ଭେଣ୍ଡିରେ କେତେ ଉପକାରୀ, ଜାଣନ୍ତୁ...

ଛତିଶଗଡ ମହାସମୁନ୍ଦ ଜିଲ୍ଲାର ମୁଖ୍ୟାଳୟ ଠାରୁ 10 କିଲୋମିଟର ଦୂରରେ ଅବସ୍ଥିତ ଏକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନାଲି ରଙ୍ଗର ଭେଣ୍ଡି ଉତ୍ପାଦନ କରିଛନ୍ତି । ଏହାର ଉପକାରିତା କ'ଣ ସେ ସମ୍ପର୍କରେ ଜାଣନ୍ତୁ ।

By

Published : Aug 17, 2019, 11:33 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ରାୟପୁର: ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଏକ ପ୍ରମୁଖ ପରିବା ମଧ୍ୟରୁ ଭେଣ୍ଡି ଅନ୍ୟତମ । ଅନ୍ୟ ପରିବା ଭଳି ଭେଣ୍ଡିରେ ମଧ୍ୟ ଭରି ରହିଛି ପ୍ରଚୁର ମାତ୍ରାରେ ପ୍ରୋଟିନ ଓ ଭିଟାମିନ । ତେବେ ସବୁଜ ରଙ୍ଗ ଭେଣ୍ଡିକୁ ସମସ୍ତେ ବ୍ୟବହାର କରୁଥିବାବେଳେ, ତାହାର ଉପକାରିତା ବିଷୟରେ ସମସ୍ତଙ୍କୁ ଜଣା । ହେଲେ ନାଲି ରଙ୍ଗର ଭେଣ୍ଡି ଯଦିଓ କେହି କେହି ଦେଖିଥିବେ ତେବେ ଏହାର ଔଷଧୀୟ ଏବଂ ଭିଟାମିନ ଯୁକ୍ତ ଗୁଣ ବିଷୟରେ ସାଧାରଣତଃ ସମସ୍ତେ ଅବଗତ ନଥିବେ । ନିଜ ଚାଷ ଜମିରେ ଏଭଳି ଧରଣର ଭେଣ୍ଡି ଉତ୍ପାଦନ କରି ବେଶ ଲାଭବାନ ହୋଇଥାଏ ଚାଷୀ ।

ନାଲି ରଙ୍ଗର ଭେଣ୍ଡିର ମଧ୍ୟ ରହିଛି ଅନେକ ଉପକାରିତା । ଏହାକୁ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ଘଟିଥାଏ । ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ ଓ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ଏହା ଗର୍ଭବତୀଙ୍କ ପାଇଁ ବେଶ ଉପକାରୀ ହୋଇଥାଏ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଛତିଶଗଡର ମହାସମୁନ୍ଦ ଜିଲ୍ଲାର ମୁଖ୍ୟାଳୟ ଠାରୁ 10 କିଲୋମିଟର ଦୂରରେ ଅବସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ଯେଉଁଠି ନ୍ୟାସନାଲ ସ୍କିଲ କ୍ବାଲିଫିକେସନ ଫାର୍ମ ଓ୍ବାର୍କର (ଏନଏସକ୍ୟୁଏକ) ବ୍ୟବସାୟିକ ଶିକ୍ଷା ଅନୁସାରେ ଜିଲ୍ଲାର 36ଟି ସ୍କୁଲରେ କୃଷି ଅଧ୍ୟୟନ କରାଯାଉଛି । ଏହା ମାଧ୍ୟମରେ ଶିକ୍ଷକ ଛାତ୍ରଛାତ୍ରୀ ଏହି ନାଲି ଭେଣ୍ଡି ବିଷୟରେ ଇଣ୍ଟରନେଟରେ ଦେଖି ଏହାର ମଞ୍ଜି ମଗାଇଥିଲେ । ଆଉ ଏହାକୁ ଏକ ଅଳ୍ପ ସ୍ଥାନରେ ଏହାକୁ ଚାଷ ମଧ୍ୟ କରିଥିଲେ ।

ଏହି ଭେଣ୍ଡିରେ ଲାଇକୋପିନ ପିଙ୍ଗମେଣ୍ଟର ପରିମାଣ ଅତ୍ୟଧିକ ମାତ୍ରାରେ ରହିଛି । ଯାହା ଗର୍ଭବତୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହି ଭେଣ୍ଡି ଆକାରରେ ଦେଖିବାକୁ ବଡ ହୋଇଥାଏ ଆଉ ଏହାର ସ୍ବାଦ ଟିକେ ମିଠା ଲାଗିଥାଏ । ଛାତ୍ରଛାତ୍ରୀ ଏହି ଭେଣ୍ଡି ବ୍ୟତୀତ ଚମ୍ପା ଫୁଲ, ଲାଉ, ଜହ୍ନି, କଲରା, ଧାନ, ମକା, ବରଗୁଡି ଛୁଇଁ ଓ ହଳଦୀ ଆଦିର ଉତ୍ପାଦନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଉଦ୍ୟାନ ବିଭାଗର ସହାୟକ ସଞ୍ଚାଳକ ଏସ.କେ ପଟେଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ପୂର୍ବ କାଳରେ ଏହି ନାଲି ରଙ୍ଗର ବେଣ୍ଡି ପ୍ରଚୁର ପରିମାଣରେ ଉତ୍ପାଦନ କରାଯାଉଥିଲା । ଆଉ ଏହାକୁ ଖାଇବା ଦ୍ବାରା 'ଏଲୋବେନଜୋମାଇ' ନାମକ ରୋଗ ହେଉନଥିଲା ।

ABOUT THE AUTHOR

...view details