ଓଡିଶା

odisha

ETV Bharat / bharat

ଅତିଥିଙ୍କୁ ଆଉ ସ୍ବାଗତ କରିବେନି ଛାତ୍ରୀ

ଅତିଥିଙ୍କୁ ସ୍ବାଗତ କରିବେନି ବିଦ୍ୟାଳୟ ଛାତ୍ରୀ । ଏନେଇ ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି । ଏପରି କରିବାରେ ରାଜସ୍ଥାନ ଦେଶର 2ୟ ରାଜ୍ୟ । ପ୍ରଥମ ରାଜ୍ୟ ଭାବେ ଛତିଶଗଡ ଏପରି ପଦକ୍ଷେପ ନେଇଥିଲା ।

ଫାଇଲ ଫଟୋ

By

Published : Mar 6, 2019, 3:33 PM IST

ରାଜସ୍ଥାନ: ପ୍ରାୟତଃ କୌଣସି ସରକାରୀ କାର୍ଯ୍ୟକ୍ରମରେ ଅତିଥିଙ୍କୁ ସ୍ବାଗତ କରିବା ପାଇଁ ବିଦ୍ୟାଳୟର ଛାତ୍ରୀଙ୍କୁ ଡକାଯାଇଥାଏ । ଏପରିକି ନିଜ ବିଦ୍ୟାଳୟରେ କୌଣସି ଉତ୍ସବରେ ମଧ୍ୟ ଏହି ପ୍ରଥା ହୋଇଥାଏ । କିନ୍ତୁ ଏବେ ଆଉ ଏପରି ହେବ ନାହିଁ । ଅତିଥିଙ୍କୁ ସ୍ବାଗତ କରିବେନି ବିଦ୍ୟାଳୟ ଛାତ୍ରୀ । ଏନେଇ ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏପରି କରିବାରେ ରାଜସ୍ଥାନ ଦେଶର 2ୟ ରାଜ୍ୟ । ପ୍ରଥମ ରାଜ୍ୟ ଭାବେ ଛତିଶଗଡ ଏପରି ପଦକ୍ଷେପ ନେଇଥିଲା । ପୂର୍ବରୁ ମାସକ ତଳେ ଏହା ଉପରେ ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ରାଜସ୍ଥାନରେ ଏକ ସରକାରୀ କାର୍ଯ୍ୟକ୍ରମରେ ଅତିଥିଙ୍କୁ ସ୍ବାଗତ କରିବା ପାଇଁ ଏକ ବିଦ୍ୟାଳୟର କିଛି ଛାତ୍ରୀ ଅପେକ୍ଷା କରିଥିଲେ । ମାତ୍ର ଏହି କାର୍ଯ୍ୟକ୍ରମ 3 ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ପାଲଟିଥିଲା ।

ତେବେ ଏହି ଖବର ପ୍ରସାରଣ ହେବା ପରେ ଛତିଶଗଡ ସରକାର ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେଇ ବର୍ଷ ବର୍ଷ ଧରି ଚାଲିଥିବା ଏହି ପରମ୍ପରାକୁ ବନ୍ଦ କରିଥିଲେ । ଏବେ ରାଜସ୍ଥାନ ସରକାର ପଦକ୍ଷେପ ନେଇ ଏହାକୁ ବନ୍ଦ କରିଛନ୍ତି । ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସର ନିଜ ବିଭାଗକୁ ଏହି ପରମ୍ପରା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୌଣସି ସରକାରୀ କାର୍ଯ୍ୟକ୍ରମ ଅଥବା ନିଜ ବିଦ୍ୟାଳୟର କିଛି କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ ଏହି କାର୍ଯ୍ୟରେ ସାମିଲ ନକରିବାକୁ ସେ କଡା ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details