ଓଡିଶା

odisha

ETV Bharat / bharat

ସୈତାନ ସାଜିଲା ମା'ଙ୍କ ସାଙ୍ଗ, 2 ବର୍ଷ ଧରି ଛାତ୍ରୀକୁ କରୁଥିଲା ଦୁଷ୍କର୍ମ - School student raped

ଏହି ଘଟଣା ଘଟିଛି କେରଳର କଦକ୍କଲ ଅଞ୍ଚଳର କୋଲାମ ଜିଲ୍ଲାରେ । ଦୀର୍ଘ 2 ବର୍ଷ ଧରି ସୈତାନ ଜଣକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଆସୁଥିଲା ।

ପ୍ରତିକାତ୍ମକ ଫଟୋ

By

Published : Oct 25, 2019, 2:57 PM IST

ଥିରୁବନନ୍ତିପୁରମ: କେରଳରୁ ସାମ୍ନାକୁ ଆସିଛି ଲଜ୍ୟାକର ଘଟଣା । ନିଜ ମା' ଙ୍କ ବନ୍ଧୁଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ । ଏହି ଘଟଣା ଘଟିଛି କେରଳର କଦକ୍କଲ ଅଞ୍ଚଳର କୋଲାମ ଜିଲ୍ଲାରେ । ଦୀର୍ଘ 2 ବର୍ଷ ଧରି ସୈତାନ ଜଣକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଆସୁଥିଲା ।

2 ବର୍ଷ ଧରି ଛାତ୍ରୀକୁ ଦୁଷ୍କର୍ମ

ଏହି ଘଟଣାରେ ଆଶିସ ନାମକ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଆଶିସ ସ୍ଥାନୀୟ କଦକ୍କଲ ଅଞ୍ଚଳର ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ପାରିବାରିକ ଘନିଷ୍ଠତାର ଫାଇଦା ଉଠାଇ ଛାତ୍ରୀ ଜଣଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ଛାତ୍ରୀଜଣକ ଏକ ଘରୋଇ ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିବା ସମୟରେ ସେ ଖରାଛୁଟିରେ ଘରକୁ ବୁଲିବାକୁ ଆସିଥିଲେ । ଯାହାର ଅଭିଯୁକ୍ତ ଜଣକ ଖୁବ ଫାଇଦା ଉଠାଇ ଘରେ କେହି ନଥିବା ସମୟରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ।

ତେବେ ଏନେଇ ସ୍କୁଲ ଶିକ୍ଷକ ଜଣକ ଜାଣିବା ପରେ ଚାଇଲ୍ଡ ଲାଇନକୁ ଏବାବଦରେ ଅବଗତ କରିଥିଲେ । ପରେ ଚାଇଲ୍ଡ ଲାଇନ ଥାନାରେ ଏକ ମାମଲା ରୁଜୁ କରିବା ପରେ କଦକ୍କଲ ପୋଲିସ ପୋକ୍ସ ଆକ୍ଟରେ ବିଭିନ୍ନ ଦଫା ଲଗାଇ ଆଶିସକୁ କୋର୍ଟ ଚାଲାଣ କରିଛି ।

ABOUT THE AUTHOR

...view details