ଓଡିଶା

odisha

ETV Bharat / bharat

କଦଳୀ ଗଛରୁ ସାନିଟାରୀ ନାପକିନ ବନାଇ ଚର୍ଚ୍ଚାରେ ସ୍କୁଲ ଛାତ୍ରୀ - women

ମହିଳାଙ୍କ ମାସିକ ଋତୁଶ୍ରାବ ସମୟରେ ଆଜିବି ଦୁର୍ଗମ ଅଞ୍ଚଳରେ ସାୱନିଟାରୀ ନାପକିନ ପହଞ୍ଚିବା ସମ୍ଭବ ନୁହେଁ। ପ୍ରାୟ 88 ପ୍ରତିଶତ ମହିଳା ଏଥିରୁ ବଞ୍ଚିତ ହେଉଛନ୍ତି । ତେଣୁ ମହିଳାଙ୍କୁ ସୁବିଧାରେ ନାପକିନ ଯୋଗାଇବା ପାଇଁ ଛତିଶଗଡର ସ୍କୁଲ ଛାତ୍ରୀ ରୀନା ରାଜପୁତ କଦଳୀ ଗଛର ଫାଇବରରୁ ବନେଇଛନ୍ତି ଇକୋ ଫ୍ରେଣ୍ଡଲୀ ସାନିଟାରୀ ନାପକିନ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Mar 23, 2019, 11:03 AM IST

ରାୟପୁର: ମହିଳାଙ୍କ ମାସିକ ଋତୁଶ୍ରାବ ସମୟରେ ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ ଦେବା ଉଚିତ। ହେଲେ ଏହି ସବୁ ସ୍ବଚ୍ଛତାରୁ ବଞ୍ଚିତ ଦେଶର କିଛି ଦୁର୍ଗମ ଅଞ୍ଚର ମହିଳା। ଏହି ସମୟରେ ସେମାନେ ସାଧାରଣ ଜୀବନ ଯାପନ କରନ୍ତି । ପ୍ରାୟ 88 ପ୍ରତିଶତ ମହିଳାଙ୍କୁ ସାନିଟାରୀ ନାପକିନ ମିଳିବା ସମ୍ଭବପର ହୁଏ ନାହିଁ । ଫଳରେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ତେବେ ସେମାନଙ୍କ ସୁରକ୍ଷା ପାଇଁ ଛତିଶଗଡର ସ୍କୁଲ ଛାତ୍ରୀ ରୀନା ରାଜପୁତ ବନେଇଛନ୍ତି ଇକୋ ଫ୍ରେଣ୍ଡଲୀ ସାନିଟାରୀ ନାପକିନ । କଦଳୀ ଫାଇବରକୁ ବ୍ୟବାହାର କରି ସେ ଏହି ପ୍ରକଳ୍ପ କରିଛନ୍ତି ।

ରୀନା କୋବ୍ରାର ଏକ ସରକାରୀ ବିଦ୍ୟାଳୟର ଛାତ୍ରୀ । ବିଦ୍ୟାଳୟର ପ୍ରିନସିପାଲ ଫରହା ଅଲ୍ଲୀଙ୍କ ସହଯୋଗରେ ସେ ନପକିନ ବନାଇବା ପ୍ରକଳ୍ପରେ ସଫଳ ହୋଇଥିବା କୁହନ୍ତି । ତେବେ ମାନକ କାର୍ଯ୍ୟକ୍ରମ ଦ୍ବାରା ରୀନା 7ମ ବିଜ୍ଞାନମେଳାରେ ଭାଗ ନେଇଥିଲେ । ଦିଲ୍ଲୀରେ ଆୟୋଜିତ ଏହି ବିଜ୍ଞାନ ମେଳାରେ ସେ ତାଙ୍କର ଇନୋଭେଟିଭ ଆଇଡିଆରେ ତିଆରି ସାନିଟାରୀ ନାପକିନର ପ୍ରଦର୍ଶନ କରିଥିଲେ।

ବଜାରରେ ମିଳୁଥିବା ଅନ୍ୟ ସାନିଟାରୀ ନାପକିନ ତିଆରିରେ ବିଭିନ୍ନ ପ୍ରକାର କେମିକାଲ ମିଶିବା ଦ୍ବାରା ଚର୍ମରେ ଆଲର୍ଜି ହୋଇଥାଏ । ଏହାସହ ନାପକିନ ଶୀଘ୍ର ନଷ୍ଟ ନହୋଇ ପରିବେଶ ପ୍ରଦୂଷଣ କରିଥାଏ ବୋଲି ରୀନା କହିଛନ୍ତି। ତେଣୁ ଏହି ଇକୋ ଫ୍ରେଣ୍ଡଲି ସାନିଟାରୀ ନାମପକିନ ପରିବେଶ ପାଇଁ ଅନୁକୂଳ ହେବା ସହ ମହିଳାଙ୍କ ଶରୀରରେ କୌଣସି ରୋଗ ସୃଷ୍ଟି କରିବ ନାହିଁ।

ଆସନ୍ତୁ ଜାଣିବା କାହିଁକି ବ୍ୟବହାର କରାଯାଇଛି କଦଳୀ ଫାଇବର

ଥରେ କଦଳୀ ଗଛରେ ଫଳ ଫଳିବା ପରେ ଏହାକୁ କାଟି ଦିଆଯାଏ। ତେବେ କଦଳୀ ଗଛକୁ ଏହି ପ୍ରକଳ୍ପରେ ବ୍ୟବାହାର କରାଯାଇଛି । ଗଛରୁ ଫାଇବର ବାହାର କରାଯାଇ ଖରାରେ ଶୁଖାଇବା ପରେ ଏହାକୁ ନାପକିନ ତିଆରିରେ ବ୍ୟବହାର କରାଯାଏ। କାରଣ କଦଳୀର ଏହି ଫାଇବର ଥିବାରୁ ଏହାକୁ ପୁନଃ ବ୍ୟବାହାର ମଧ୍ୟ କରାଯାଇପାରିବ। ଏହି ଫାଇବର 6 ଥର ପର୍ଯ୍ୟନ୍ତ ପାଣି ବା କୌଣସି ତରଳ ପଦାର୍ଥ ଅବଶୋଷିତ କରିବାରେ ସକ୍ଷମ ହୋଇଥାଏ।

ABOUT THE AUTHOR

...view details