ଓଡିଶା

odisha

ETV Bharat / bharat

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ସମସ୍ତ ସ୍କୁଲ ବନ୍ଦ

ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଗୁରୁବାର ମଧ୍ୟ ପ୍ରବଳ ତୁଷାରପାତ ହୋଇଛି । ଫଳରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

By

Published : Nov 28, 2019, 10:37 AM IST

snow fall
ଫଟୋ ସୌଜନ୍ୟ: ଇଟିଭି ଭାରତ

ସିମଲା: ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଗୁରୁବାର ମଧ୍ୟ ପ୍ରବଳ ତୁଷାରପାତ ହୋଇଛି । ଏହି କାରଣରୁ ତାପମାତ୍ରା ଆହୁରି ହ୍ରାସ ପାଇଛି । ତୁଷାରପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ରାସ୍ତାରେ ବରଫ ଜମିଯିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ଫଳରେ ଦ୍ବିତୀୟ ଦିନ ମଧ୍ୟ ଅଞ୍ଚଳର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସେପଟେ ତୁଷାରପାତ ଯୋଗୁଁ ଲାହାଉଲ-ସ୍ପିତିର ଶିଶୁ ଅଞ୍ଚଳରେ 12 ଜଣିଆ ପର୍ଯ୍ୟଟକ ଦଳ ଫସିଯାଇଛନ୍ତି । ବୁଧବାର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାର ପ୍ରୟାସ କରାଯାଇଥିଲା । କିନ୍ତୁ ସେମାନେ ନିଜ ବାହନ ବିନା ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ପ୍ରବଳ ତୁଷାରପାତକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖାଯାଇଥିଲା ।

ABOUT THE AUTHOR

...view details