ଲକ୍ଷ୍ନୌ: ଘନ କୁହୁଡି ସାଜିଲା କାଳ। ନିୟନ୍ତ୍ରଣ ହରାଇ କେନାଲକୁ ଖସିପଡିଲା ସ୍କୁଲ ବସ। ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାର ବୋଦରାବାଦ ରୋଡରେ ଏକ ସ୍କୁଲ ବସ ଓଲଟି ପଡିବା ଫଳରେ 10ରୁ ଅଧିକ ଛାତ୍ର ଗୁରୁତର ଆହତ ହୋଇଛନ୍ତି।
କୁଶୀନଗରରେ ସ୍କୁଲ ବସ ଓଲଟି 10 ଛାତ୍ର ଗୁରୁତର - uttarapradesh accident
ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାରେ ସ୍କୁଲ ବସ ଓଲଟି ପଡିବାରୁ 10 ଛାତ୍ର ଗୁରୁତର। ନିୟନ୍ତ୍ରଣ ହରାଇ ଏକ କେନାଲରେ ଖସିପଡିଥିଲା ଏହି ବସ। ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
କୁଶିନଗରରେ ସ୍କୁଲ ବସ ଓଲଟି 10 ଛାତ୍ର ଗୁରୁତର
ଦୁର୍ଘଟଣାଗ୍ରସ୍ତ ବସରେ ମୋଟ 27 ଜଣ ପିଲା ଥିଲେ। ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ମିଲିବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ କପ୍ତାନଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ପୋଲିସ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ଏ ଘଟଣାର ତଦନ୍ତ କରୁଛି। ଶିକ୍ଷା ବିଭାଗର କିଛି ଅଧିକାରୀ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଅନ୍ୟପଟେ ଉନ୍ନାଓ ଅଞ୍ଚଳରେ ମଧ୍ୟ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ କାର-ବସ ମଧ୍ୟରେ ଧକ୍କା ହେବା ଫଳରେ 12 ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରେ ଭର୍ତ୍ତି କରାଯାଇଛି।