ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ କୋରୋନା ସଂକ୍ରମଣ ହେତୁ 48 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ସମୟ ମଧ୍ୟରେ ପ୍ରାୟ 1239 ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଥିବା ଜଣାପଡିଛି । ସଂକ୍ରମିତଙ୍କ ସଂଖ୍ୟା 27,892 କୁ ବୃଦ୍ଧି ପାଇଛି । ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ବିଦ୍ୟାଳୟ ଏବଂ ମନ୍ଦିରକୁ ଏକ କ୍ବାରେଣ୍ଟାଇନ କେନ୍ଦ୍ର କରାଯାଇଛି।
ତିରୁମାଲା-ତିରୁପତି, ଶ୍ରୀକାଲାହାସ୍ତି, କନିପକକମ୍ ମନ୍ଦିରର ବୋର୍ଡ କୋରୋନା ସଂକ୍ରମିତଙ୍କ ଯତ୍ନ ନେବା ପାଇଁ କିଛି ବିଲଡିଂ ଦେଇଛି । ବର୍ତ୍ତମାନ ପ୍ରତ୍ୟେକ ଧର୍ମର ଲୋକଙ୍କୁ ଏହି ମନ୍ଦିରଗୁଡ଼ିକରେ ରଖାଯାଉଛି । କେତେକ ବିଲଡିଂରେ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଉଥିବା ଜଣାପଡିଛି । ତେବେ ଭକ୍ତ ତଥା ରାଜସ୍ୱ ଅନୁଯାୟୀ ତିରୁମାଲା-ତିରୁପତି ଦେବସ୍ଥାନ ବିଶ୍ୱର ସବୁଠାରୁ ବଡ ମନ୍ଦିର ଭାବରେ ପରିଗଣିତ ହୁଏ । ଏହି ମନ୍ଦିର ନିକଟରେ ଅନେକ ଗେଷ୍ଟହାଉସ୍ ଏବଂ ଲଜ୍ ଅଛି । କୋରୋନା ସଙ୍କଟ ସମୟରେ ଭୂମିହୀନ ଏବଂ ପ୍ରବାସୀ ଶ୍ରମିକମାନେ ଏଠାରେ ରଖିବା ନେଇ ବନ୍ଦୋବସ୍ତ କରାଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳ, ବିଭିନ୍ନ ଧର୍ମ ଏବଂ ବିଭିନ୍ନ ଜାତିର ଲୋକ ଅନ୍ତର୍ଭୁକ୍ତ ।