ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ (ଆରଟିଆଇ) ଅଧିନରେ ଆଣିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ତେବେ ଏନେଇ ଆସନ୍ତାକାଲି (ବୁଧବାର) ସୁପ୍ରିମକୋର୍ଟରେ ରାୟ ପ୍ରକାଶ ପାଇବ । ଏହା ପୂର୍ବରୁ ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ଖଣ୍ଡପୀଠ ଚଳିତ ବର୍ଷ ଏପ୍ରିଲ 4 ତାରିଖରେ ଏହି ମାମଲାର ଶୁଣାଣି ପରେ ରାୟ ସୁରକ୍ଷିତ ରଖିଥିଲେ ।
ମୁଖ୍ୟ ବିଚାରପତିଙ୍କ ଅଫିସ ଆରଟିଆଇ ଅଧିନରେ ଆସିବା ମାମଲା: ବୁଧବାର ରାୟ - ଆରଟିଆଇ ଅଧିନରେ ଆସିବ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ
ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ (ଆରଟିଆଇ) ଅଧିନରେ ଆସିବ କି ନାହିଁ ସେନେଇ ବୁଧବାର ରାୟ ପ୍ରକାଶ ପାଇବ ।
ଫାଇଲ ଫଟୋ
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଏହି ପ୍ରସଙ୍ଗରେ ଶୁଣାଣି କରି କହିଥିଲେ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ଅଧୀନରେ ଆସିବ । ହେଲେ ଏହି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟର ଜେନେରାଲ ସେକ୍ରେଟେରୀ ଓ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ୨୦୧୦ ରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।