ଓଡିଶା

odisha

ନିର୍ଭୟା ମାମଲା: ଆସନ୍ତାକାଲି ଅକ୍ଷୟର କ୍ୟୁରେଟିଭ ପିଟିସନର ଶୁଣାଣି

By

Published : Jan 29, 2020, 6:39 PM IST

ନିର୍ଭୟା ମାମଲାର ଦୋଷୀ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି । 5ଜଣିଆ ଖଣ୍ଡପୀଠରେ ହେବ ଏହି ଶୁଣାଣି । ଅଧିକ ପଢନ୍ତୁ...

ନିର୍ଭୟା ଘଟଣା: ଦୋଷୀ ଅକ୍ଷୟର କ୍ୟୁରେଟିଭ ପିଟିସନ ଉପରେ କାଲି ଶୁଣାଣି
ନିର୍ଭୟା ଘଟଣା: ଦୋଷୀ ଅକ୍ଷୟର କ୍ୟୁରେଟିଭ ପିଟିସନ ଉପରେ କାଲି ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ ଏନଭି ରମଣାଙ୍କ ନେତୃତ୍ବାଧିନ 5 ଜଣିଆ ଖଣ୍ଡପିଠ ଦ୍ବିପ୍ରହର 1ଟା ସମୟରେ ଏହି ଶୁଣାଣି ହେବ । ଫାଶୀରୁ ବଞ୍ଚିବା ପାଇଁ ଅକ୍ଷୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା ।

ଫାଶୀ ପାଇଁ ଆଉ ମାତ୍ର 4 ଦିନ ବାକି ଥିବା ବେଳେ ଏଥିରୁ ବଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ନିର୍ଭୟା ଦୋଷୀ । ପୂର୍ବରୁ ବୁଧବାର ଅନ୍ୟ ଜଣେ ଦୋଷୀ ମୁକେଶ ସିଂହ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ମୁକେଶ ରାଷ୍ଟ୍ରପତି ରାଜକ୍ଷମା ପ୍ରତ୍ୟାଖାନ କରିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲା । ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ଆବେଦନ ଖାରଜକୁ ଏହି ଯାଚିକାରେ ଚ୍ୟାଲେଞ୍ଜ କରାଯିବା ସହ ଦୋଷୀ ମୁକେଶ ସିଂହକୁ ଜେଲରେ ଯୌନ ଉତ୍ପୀଡନ କରାଯାଇଥିବା ନେଇ ମୁକେଶର ଓକିଲ ଅଞ୍ଜନା ପ୍ରକାଶ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ ।

ତେବେ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନ ଯଦି ଗୁରୁବାର ସୁପ୍ରିମକୋର୍ଟ ଦ୍ବାରା ଖାରଜ ହୁଏ ତେବେ ତା'ପାଖରେ ରାଜକ୍ଷମା ଆବେଦନ କରିବାର ରାସ୍ତା ମଧ୍ୟ ଖୋଲା ରହିଛି । ପଟିଆଲା ହାଉସକୋର୍ଟ ଦ୍ବାରା ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି । 1 ଫେବୃଆରୀରେ ତିହାର ଜେଲରେ ଫାଶୀ ଦିଆଯିବା ନେଇ ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି ।

ABOUT THE AUTHOR

...view details