ଓଡିଶା

odisha

ETV Bharat / bharat

ଲୁଟୟେନ୍ସ ଜୋନରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ, ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶୁଣାଣୀ - ଲୁଟୟେନ୍ସ ଜୋନରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ

ସୁପ୍ରିମକୋର୍ଟ ବୁଧବାର ଲୁଟୟେନ୍ସ ଜୋନରେ 20,000 କୋଟି ଟଙ୍କାର ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ଦାଖଲ ପିଟିସନର ଶୁଣାଣି ଆରମ୍ଭ କରିଛନ୍ତି । ବୁଧବାର ଏହି ମାମଲାର ଯୁକ୍ତି ଅସ୍ପଷ୍ଟ ରହିଛି। ଅଧିକ ପଢନ୍ତୁ...

ଲୁଟୟେନ୍ସ ଜୋନରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ, ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶୁଣାଣୀ
ଲୁଟୟେନ୍ସ ଜୋନରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ, ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶୁଣାଣୀ

By

Published : Aug 27, 2020, 12:31 AM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଲୁଟୟେନ୍ସ ଜୋନରେ 20,000 କୋଟି ଟଙ୍କାର ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ଦାଖଲ ପିଟିସନର ଶୁଣାଣି ଆରମ୍ଭ କରିଛନ୍ତି । ବୁଧବାର ଏହି ମାମଲାର ଯୁକ୍ତି ଅସ୍ପଷ୍ଟ ରହିଛି।

ଜଷ୍ଟିସ୍ ଏମ ଖାନୱିଲକରଙ୍କ ନେତୃତ୍ୱରେ ଆପେକ୍ସ କୋର୍ଟର ଏକ ବେଞ୍ଚ ରାଜୀବ ସୁରୀଙ୍କ ଦ୍ବାରା ଦାଖଲ ଏହି ପିଟିସନର ଶୁଣାଣି କରାଯାଇଥିଲା । ଏହାର ପରବର୍ତ୍ତୀ ଶୁଣାଣୀକୁ ଅଗଷ୍ଟ 28 ଯାଏଁ ସ୍ଥଗିତ ରଖାଯାଇଛି ।

ଆବେଦନକାରୀଙ୍କ ପାଇଁ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଯୁକ୍ତି ଉପସ୍ଥାପନ କରିଥିଲେ । ସେ ସର୍ବୋଚ୍ଚ ନ୍ୟାୟାଳୟରେ ଯୁକ୍ତି ବାଢିଛନ୍ତି ଯେ କର୍ତ୍ତୃପକ୍ଷ ବିନା ବୈଠକରେ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ଅନେକ ଡକ୍ୟୁମେଣ୍ଟେସନ୍ ରଖାଯାଇଛି ବୋଲି ହେଗଡେ କହିଛନ୍ତି।

ହେଗଡେ କହିଛନ୍ତି ଯେ, ଭାରତୀୟଙ୍କ ପାଇଁ ବହୁତ ଜୀବନ୍ତ ଐତିହ୍ୟ ଅଛି ଯାହା ସେହି ଅଞ୍ଚଳରେ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଏହାକୁ କୌଣସି ପ୍ରକାରେ ପରିବର୍ତ୍ତନ କରିବାକୁ ହେବ, ମୋ ମତରେ ଏଥିପାଇଁ ଏକ ପ୍ରଭାବଶାଳୀ ଜନଶୁଣାଣି ହେବା ଆବଶ୍ୟକ।

@ANI

ABOUT THE AUTHOR

...view details