ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇବ । ସୁପ୍ରିମକୋର୍ଟ ପୂର୍ବାହ୍ନ 10.30ରେ ଦୀର୍ଘ ଦିନର ଅଯୋଧ୍ୟା ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପକାଇବେ ।
ହିନ୍ଦୁ ଓ ମୁସଲମାନଙ୍କ ଧାର୍ମିକ ଭାବାବେଗ ସହିତ ଜଡିତ ଏହି ରାୟକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗୁରୁବାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ।