ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧରେ କରି ସୁପ୍ରିମକୋର୍ଟର ଦାଖଲ ହୋଇଥିବା ସମସ୍ତ ଆବେଦନର ଶୁଣାଣି ଜାନୁଆରୀ 11ରେ କରାଯିବ । ଏନେଇ ଆଜି(ବୁଧବାର) ସୁପ୍ରିମକୋର୍ଟରେ ସୂଚନା ଦେଇଛନ୍ତି । ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କୃଷକଙ୍କ ଆନ୍ଦୋଳନକୁ ଧ୍ୟାନ ଦେଇଥିଲେ । କୃଷକଙ୍କ ବିରୋଧ ପ୍ରଦର୍ଶନରେ କୌଣସି ସୁଫଳ ମିଳିପାରି ନଥିବା ସୁପ୍ରିମକୋର୍ଟ କହିଛନ୍ତି ।
ଅନ୍ୟପକ୍ଷେ କେନ୍ଦ୍ର ପକ୍ଷରୁ ଆଲୋଚନା ଚାଲିଥିବା କୁହାଯାଇଛି । ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ କହିଛନ୍ତି ଯେ ନିକଟ ଭବିଷ୍ୟତରେ ସଂଗଠନ କୌଣସି ନିଷ୍ପତ୍ତି ନେଇ ପାରନ୍ତି ଏବଂ ନୂତନ କୃଷି ଆଇନକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନ ଉପରେ କେନ୍ଦ୍ର ଦ୍ବାରା ପ୍ରତିକ୍ରିୟା ଦାଖଲ ହୋଇପାରେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି । ଜାନୁଆରୀ 8 ରେ ଶୁଣାଣି ପାଇଁ ଏହି ମାମଲା ଗୁଡ଼ିକ ତାଲିକାଭୁକ୍ତ କରାଯିବା ଉଚିତ୍ ନୁହେଁ।