ନୂଆଦିଲ୍ଲୀ: ନିର୍ଭୟା ମାମଲାର 4 ଦୋଷୀଙ୍କ ପାଇଁ ଚତୁର୍ଥ ଥର ଡେଥ ୱାରେଣ୍ଟ ଜାରି କରିଛନ୍ତି ଅଦାଲତ । ସେମାନଙ୍କୁ ମାର୍ଚ୍ଚ 20 ତାରିଖ ସକାଳ 5.30 ମିନିଟ ସମୟରେ ଫାଶୀଖୁଣ୍ଟରେ ଝୁଲାଯିବ । ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା । ତେବେ ଇତି ମଧ୍ୟରେ ନିର୍ଭୟା ଦୋଷୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ତାରିଖ ଆସିଛି । ଯାହାଦ୍ବାରା ଚତୁର୍ଥ ଡେଥ ୱାରେଣ୍ଟ ମଧ୍ୟ ବାତିଲ ହେବାର ସମ୍ଭାବନା ପ୍ରକାଶ ପାଇଛି ।
ନିର୍ଭୟା ମାମଲା: ପୁଣି ଟଳିବ ଫାଶୀ ! - ନିର୍ଭୟା ଦୋଷୀଙ୍କୁ ପୃଥକ ଫାଶୀ
ନିର୍ଭୟା ମାମଲାର 4 ଦୋଷୀଙ୍କ ପାଇଁ ଚତୁର୍ଥ ଥର ଡେଥ ୱାରେଣ୍ଟ ଜାରି କରିଛନ୍ତି ଅଦାଲତ । ଇତି ମଧ୍ୟରେ ନିର୍ଭୟା ଦୋଷୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ତାରିଖ ଆସିଛି । ଯାହାଦ୍ବାରା ଚତୁର୍ଥ ଡେଥ ୱାରେଣ୍ଟ ମଧ୍ୟ ବାତିଲ ହେବାର ସମ୍ଭାବନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...
ସୂଚନା ମୁତାବକ, ନିର୍ଭୟା ମାମଲାର 4 ଦୋଷୀଙ୍କୁ ପୃଥକ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଯାହାର ଶୁଣାଣି ପାଇଁ ଶୀର୍ଷ ଅଦାଲତ ମାର୍ଚ୍ଚ 23 ତାରିଖର ସମୟ ନିର୍ଦ୍ଧାରଣ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଦୋଷୀଙ୍କୁ ମାର୍ଚ୍ଚ 20 ତାରିଖରେ ଫାଶୀଦଣ୍ଡ ଦିଆଯିବ ନା ପୁନର୍ବାର ଏହି ଡେଥ ୱାରେଣ୍ଟ ବାତିଲ ହେବ । ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ଦୋଷୀଙ୍କ ଫାଶୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । କାରଣ ଏହି ଶୁଣାଣି ଭବିଷ୍ୟତକୁ ଦୃଷ୍ଟିରେ ରଖି କରାଯିବ । ବର୍ତ୍ତମାନର ନ୍ୟାୟ ବ୍ୟବସ୍ଥାରେ ଗୋଟିଏ ଦୋଷରେ ଏକାଧିକ ଦୋଷୀ ସାମିଲ ଥିଲେ ସେମାନଙ୍କୁ ଏକାସାଥିରେ ଦଣ୍ଡ ଦିଆଯାଉଛି । ତେବେ କେନ୍ଦ୍ର ସରକାର ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସୁପ୍ରିମକୋର୍ଟ ପହଞ୍ଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ