ଓଡିଶା

odisha

ETV Bharat / bharat

SC/ST ସଂଶୋଧନ ଆଇନକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ - SC/ST ସଂଶୋଧନ ଆଇନ

ଅନୁସୂଚିତ ଜାତି/ଜନଜାତି ସଂଶୋଧନ ଆଇନ 2018କୁ ସୁପ୍ରିମକୋର୍ଟଙ୍କ ଅନୁମତି । ଏସି/ଏସଟି ସଂଶୋଧନ ଆଇନ ଅନୁସାରେ, ଅଭିଯୋଗ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ଅଗ୍ରୀମ ଜାମିନ ମିଳିବ ନାହିଁ । ଅଧିକ ପଢନ୍ତୁ...

SC/ST  amendments  act
SC/ST ସଂଶୋଧନ ଆଇନକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

By

Published : Feb 10, 2020, 12:14 PM IST

ନୂଆଦିଲ୍ଲୀ: SC/ST ସଂଶୋଧନ ଆଇନ 2018କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯାହାଫଳରେ କେନ୍ଦ୍ର ସରକାରଙ୍କୁ ମିଳିଛି ବଡ ଆଶ୍ବସ୍ତି। ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବିନୀତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି ।

ବର୍ତ୍ତମାନ ଏସି/ଏସଟି ସଂଶୋଧନ ଆଇନ ଅନୁସାରେ, ଅଭିଯୋଗ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ଅଗ୍ରୀମ ଜାମିନ ମିଳିବ ନାହିଁ । 20 ମାର୍ଚ୍ଚ 2018ରେ କୋର୍ଟ ଅନୁସୂଚିତ ଜାତି/ଜନଜାତି ଆଇନର ଦୁରୂପଯୋଗକୁ ନେଇ ସୁପ୍ରିମକୋର୍ଟ ଏଫଆଇଆର ଓ ଗିରଫ ଉପରେ ରୋକ ଲଗାଇଥିଲେ ।

ଏହା ସହ ସାମ୍ବିଧାନକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଯାହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଆଇନ ଅନୁଯାୟୀ ଗିରଫଦାରୀ ଉପରେ କୌଣସି ପ୍ରାଥମିକ ଯାଞ୍ଚ ଜରୁରୀ ନୁହେଁ । ଏପରିକି ଏହି ମାମଲାରେ ଏଫଆଇଆର ରୁଜୁ କରିବା ପାଇଁ ମଧ୍ୟ କୌଣସି ଅଧିକାରୀଙ୍କ ଅନୁମତି ଅନିର୍ବାର୍ଯ୍ୟ ରହିବ ନାହିଁ । ସେପଟେ, ମାମଲା ରୁଜୁ ହୋଇଥିବା ବ୍ୟକ୍ତି ଏଫଆଇଆର ରଦ୍ଦ କରିବାକୁ ହାଇକୋର୍ଟ ଯାଇପାରିବେ ।

ABOUT THE AUTHOR

...view details