ଓଡିଶା

odisha

ETV Bharat / bharat

ପାଲଘର ସାଧୁ ହତ୍ୟା ମାମଲା: ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ

ପାଲଘର ସାଧୁ ହତ୍ୟା ମାମଲାରେ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ । ପାଲଘର ସାଧୁ ହତ୍ୟା ମାମଲାରେ ସିବିଆଇ ଓ ଏନଆଇଏ ତଦନ୍ତ କରିବା ନେଇ ଦାଏର ହୋଇଥିବା ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା ।

By

Published : Jun 11, 2020, 4:51 PM IST

SC seeks reply of maharastra govt. in palghar
ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାଲଘର ସାଧୁ ହତ୍ୟା ମାମଲାରେ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ । ପାଲଘର ସାଧୁ ହତ୍ୟା ମାମଲାରେ ସିବିଆଇ ଓ ଏନଆଇଏ ତଦନ୍ତ କରିବା ନେଇ ଦାଏର ହୋଇଥିବା ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ପାଲଘର ସାଧୁ ହତ୍ୟା ମାମଲାରେ ସିିବିଆଇ ଏବଂ ଏନଆଇଏର ତଦନ୍ତ ପାଇଁ ଦୁଇଟି ପୃଥକ ଆବେଦନ ଦାଏର ହୋଇଥିଲା ।

ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଭିଡିଓ କନଫରେନ୍ସି ମାଧ୍ୟମରେ 2ଟି ଯାଚିକା ଉପରେ ଶୁଣାଣି କରିଛନ୍ତି । ଏହାସହ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ପ୍ରଥମ ଯାଚିକା ‘ପଞ୍ଚ ଦଶବନ୍ ଜୁନା ଆଖଡା’ ସାଧୁ ଓ ମୃତ ସାଧୁଙ୍କ ପରିବାର ସଦସ୍ୟ ଦାଖଲ କରିଥିଲେ । ପାଲଘର ଜିଲ୍ଲାରେ 18 ଏପ୍ରିଲରେ ହୋଇଥିବା ଘଟଣାର ଯାଞ୍ଚ ରାଜ୍ୟ ପୋଲିସ ଭଲଭାବରେ କରୁନାହିଁ ଏବଂ ଏହାର ତଦନ୍ତ ସିବିଆଇ କରୁ ବୋଲି ଆବେଦନକାରୀ ପ୍ରାର୍ଥନା କରିଥିଲେ । ଦ୍ବିତୀୟ ଯାଚିକାରେ ଏହି ଘଟଣାର ଯାଞ୍ଚ ଏନଆଇଏକୁ ଦେବା ପାଇଁ ଆବେଦନ ଦାଏର ହୋଇଥିଲା ।

ABOUT THE AUTHOR

...view details